fbpx

କାଜୋଲଙ୍କ ପରଫେକ୍ଟ ଫିଗରର କଣ ଗୁମର? ୪୫ରେ ଚମକୁଛନ୍ତି କେମିତି…

ଓଡ଼ିଶା ଭାସ୍କର ବ୍ୟୁରୋ: ଅଭିନୟ ଯେମିତି, ଫିଟନେସ୍ ସେମିତି । ଫିଟ୍ ଆଣ୍ଟ୍ ଫାଇନ୍ ଅଭିନେତ୍ରୀଙ୍କ ମଧ୍ୟରେ କାଜୋଲ୍ ନିଜର ନିଆରାପଣ ଜାହିର କରିପାରିଛନ୍ତି । ଅଗଷ୍ଟ ୫ରେ ସେ ଛୁଇଁଛନ୍ତି ୪୫ ବର୍ଷ । କିନ୍ତୁ ୪୫ରେ ପୂରା ଚମକୁଥିବା ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଫିଟନେସ୍ ରହସ୍ୟ କଣ ଆଉ କଣ ରହିଛି ଗୁମର? କାଜୋଲ୍ ନିଜକୁ ଫିଟ୍ ରଖିବା ପାଇଁ ଖୁବ୍ ନିଷ୍ଠାର ସହ ସାଧନା ଜାରି ରଖିଛନ୍ତି । ଖୁବ୍ ପରିଶ୍ରମ କରିଆସୁଛନ୍ତି । ପରଫେକ୍ଟ ଫିଗର୍ ପାଇଁ ନିଜଠୁ କମ୍ ବୟସର ଅଭିନେତ୍ରୀଙ୍କୁ ଚାଲେଞ୍ଜ୍ ଦେଉଥିବା କାଜୋଲ୍ ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିଛନ୍ତି । ସେହିପରି ରୋଗଠାରୁ ଦୂରେଇ ରହିବା ପାଇଁ ସେ ଚେଷ୍ଟା କରିଆସିଛନ୍ତି । ଏଥିପାଇଁ ୱର୍କଆଉଟ୍ ସହ ସ୍ୱାସ୍ଥ୍ୟକର ଖାଦ୍ୟ ନେବାକୁ ସେ ଆଦୌ ଭୁଲନ୍ତି ନାହିଁ । ଆଉ କଣ କରନ୍ତି କାଜୋଲ୍?

୨ ଘଣ୍ଟା ହିଁ କରନ୍ତି ଏକ୍ସରସାଇଜ୍

କାଜୋଲ୍ କେବଳ ୨ ଘଣ୍ଟା ହିଁ ଏକ୍ସରସାଇଜ୍ କରନ୍ତି । ସିଟଅପ୍ସ ସ୍କେ୍ୱଟ୍ସ ଓ ଡେଡଲିଫ୍ଟ ଆଦି ଏକ୍ସରସାଇଜ୍ ସେଥିରେ ସାମିଲ୍ ଅଛି । ଖାଲି ସେତିକି ନୁହେଁ, କାଜୋଲ୍ ବ୍ୟାୟାମ୍ ବେଳେ ବୋର୍ ହୁଅନ୍ତିନି, ତେଣୁ ତାଙ୍କ ଟ୍ରେନରଙ୍କୁ ୱର୍କଆଉଟ୍ ବାରମ୍ବାର ବଦଳାଇବାକୁ ପଡ଼େନି ।

300 push ups by Kajol

ପୁରୁଷଙ୍କଠୁ ଅଧିକ ବସଉଠ ହୋଇପାରନ୍ତି

ଏକ ସାକ୍ଷାତକାରରେ କାଜୋଲଙ୍କ ଫିଟନେସ୍ ଟ୍ରେନର୍ କହିଛନ୍ତି ଯେ କାଜୋଲ୍ ବସଉଠ ହେବାରେ ପୁରୁଷଙ୍କଠାରୁ ମଧ୍ୟ ଆଗରେ । ଏପରିକି ପ୍ରାୟ ୬୮ କେଜି ପର୍ଯ୍ୟନ୍ତ ୱେଟ୍ ହ୍ୟାଣ୍ଡଲ୍ କରିପାରନ୍ତି । ଏଠାରେ ସୂଚନା ଥାଉକି ପତି ଅଜୟ ଦେବଗନଙ୍କ ଟ୍ରେନର୍ ଶେରବୀର୍ ୱକିଲ୍ ହିଁ କାଜୋଲଙ୍କ ଫିଟନେସ୍ ଟ୍ରେନର୍ । ତାଙ୍କ ଗାଇଡ୍ରେ ହିଁ କାଜୋଲ୍ ନିଜର ଷ୍ଟେମିନା ବଢ଼ାଇ ପାରିଛନ୍ତି ।

ବଡ଼ ସହଜରେ ୩୦୦ ପୁଶଅପ୍ସ କରିପାରନ୍ତି

ଫିଟ୍ ରହିବା ପାଇଁ କାଜୋଲ୍ ଷ୍ଟ୍ରେନ୍ଥ ଟ୍ରେନିଂ ଅଧିକ ପସନ୍ଦ କରନ୍ତି । ସେ ୩୦୦ ପୁଶଅପ୍ସ ବଡ଼ ସହଜରେ କରିପାରନ୍ତି । ଗୋଟିଏ ଦିନ ମଧ୍ୟ ୱର୍କଆଉଟ୍ ମିସ୍ କରୁନଥିବା କାଜୋଲ୍ ୯୦ ମିନିଟ୍ କେବଳ ସେଥିରେ ବିତାନ୍ତି । ସେ ଓଜନ କମାଇବା ଅପେକ୍ଷା ନିଜକୁ ଫିଟ୍ ରଖିବାକୁ ଅଧିକ ଧ୍ୟାନ ଦିଅନ୍ତି ।

ଡ୍ୟାନ୍ସ ମଧ୍ୟ ତାଙ୍କ ଫିଟନେସ୍ ସିକ୍ରେଟ୍

ଗର୍ଭବତୀ ଉପରାନ୍ତ ମୋଟାପଣରୁ ମୁକୁଳିବା ପାଇଁ କାଜୋଲ୍ ଡ୍ୟାନ୍ସ କ୍ଲାସ୍ ମଧ୍ୟ ଯଏନ କରିଥିଲେ । ଡ୍ୟାନ୍ସ ଦ୍ୱାରା ନିଜର ମୋଟାପଣକୁ ଖୁବ୍ ସହଜରେ ସେ କମାଇ ପାରିଥିଲେ ।

ନିତି କରନ୍ତି ଯୋଗ

ଏକ୍ସରସାଇଜ୍ ସାଙ୍ଗକୁ ଫିଟ୍ ରହିବା ପାଇଁ କାଜୋଲ୍ ଯୋଗ ପ୍ରତି ମଧ୍ୟ ଗୁରୁତ୍ୱ ଦିଅନ୍ତି । ଅଶାନ୍ତିକର ଓ ଅସନ୍ତୁଷ୍ଟରୁ ମୁକ୍ତି ପାଇବା ପାଇଁ ଯୋଗ ବ୍ୟତୀତ ଭଲ ଆଉ କିଛି ନାହିଁ । ସର୍ବଦା ନିଜକୁ ଖୁସି ରଖିବା ହେଉଛନ୍ତି ସବୁଠାରୁ ବଡ଼କଥା, ଯାହା ଯୋଗ ଦ୍ୱାରା ମିଳିଥାଏ ।

ଭରଭୂର ନିଦ ମଧ୍ୟ ଏକ ସୂତ୍ର

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଓ ସକାଳ ବିଳମ୍ବରେ ଶଯ୍ୟା ତ୍ୟାଗ କରିବା କାଜୋଲଙ୍କ ଆଦୌ ପସନ୍ଦ ନାହିଁ । କାଜୋଲ କହିଛନ୍ତି ଯେ ଫିଟ୍ ରହିବାକୁ ହେଲେ ଆବଶ୍ୟକ ଶୋଇବା ସହ ଠିକ୍ ସମୟରେ ଶଯ୍ୟାକୁ ଯିବା ଓ ତ୍ୟାଗ କରିବା ଦରକାର । କାଜୋଲ୍ ଅତିକମ୍ରେ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତି ଏବଂ ଦିନ ତମାମ ୮ ଗ୍ଳାସ୍ ପାଣି ନିଶ୍ଚିତ ପିଇଥାନ୍ତି ।

ପ୍ରୋଟିନ ଯୁକ୍ତ ଖାଦ୍ୟ ନିହାତି ଖାଆନ୍ତି

Kajol tries to take foods with protein

ଡାଇଟ୍ରେ କାଜୋଲ୍ ପ୍ରୋଟିନଯୁକ୍ତ ଖାଦ୍ୟସାମଗ୍ରୀକୁ ଗୁରୁତ୍ୱ ଦିଅନ୍ତି । ଫାଇବର୍ ଓ ଭିଟାମିନ୍ ମାତ୍ରା ଅଧିକ ଥିବା ଖାଦ୍ୟ ସାମଗ୍ରୀ ତାଙ୍କର ପସନ୍ଦ । ସକାଳୁ ଫଳ ଜୁସ୍ ସହ ହାଲୁକା ଜଳଖିଆ କରନ୍ତି । ମାଛ, ଚିକେନ୍, ଅଣ୍ଡା ଓ ନଟ୍ସ ଏବଂ ପନୀର ଖାଇବାକୁ କାଜୋଲ୍ ଅଧିକ ପସନ୍ଦ କରନ୍ତି । ସେହିପରି ଜଙ୍କ୍ ଫୁଡ୍ସ ଆଉ ଡ୍ରିଙ୍କ୍ସରୁ ସେ ସର୍ବଦା ଦୂରୋଇ ରୁହନ୍ତି । ଡିନର୍ରେ ତରଳ ପଦାର୍ଥଯୁକ୍ତ ଖାଦ୍ୟ ନିଅନ୍ତି ଯାହାକି ହଜମ ପ୍ରକ୍ରିୟା ସହଜରେ ହୋଇପାରିବ । ତେବେ ଦିନ ତମାମ୍ ୪ରୁ ୫ ଥର କିଛି ନା କିଛି ନିଶ୍ଚିତ ଖାଆନ୍ତି କାଜୋଲ୍ ।

Get real time updates directly on you device, subscribe now.