fbpx

ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ଏକ କାନ୍ଥ: ଚାପି ହୋଇ ମରିଗଲେ ୫ ଜଣ, ବହୁ ଲୋକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ଗୋଦାମ ଘରର କାନ୍ଥ ଭୁଶୁଡ଼ି ବହୁଲୋକ ମୃତାହତ ହୋଇଛନ୍ତି । ଗୋଦାମର କାନ୍ଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଦିଲ୍ଲୀ ଫାୟାର ବ୍ରିଗେଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାନ୍ଥ ଭୁଶୁଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨-୧୫ ଜଣ ଆହତ ହୋଇଛନ୍ତି ।

୫ ହଜାର ଗଜ ଏରିଆ ବିଶିଷ୍ଟ ଏକ ପ୍ଲଟରେ ଉକ୍ତ ଗୋଦାମ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ୧୪ ଜଣ ଆହତଙ୍କୁ ରାଜା ହରିଶ୍ଚର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ଜଣ ଗମ୍ଭୀର ଅବସ୍ଥାରେ ରହିଥିବା ବେଳେ ୭ ଜଣଙ୍କ ଠାରେ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଏବେ ଜାରି ରହିଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି । ଅଲୀପୁରର ଦୁଃଖଦ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସେ ଈଶ୍ୱରରେ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଲୀପୁର ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ ଦୁଃଖପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ବର୍ତ୍ତମାନ ଦୁଇଟି ଜେସିବିକୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.