fbpx

(Video) ପାଞ୍ଚଜଣ! ଏତେ କମ୍ ଲୋକ ଗାଡ଼ିରେ ଯାତ୍ରା କରୁଛନ୍ତି, ଜାଣନ୍ତୁ ଏନେଇ କ’ଣ କହିଲେ IPS

ନୂଆଦିଲ୍ଲୀ: ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଏକ ଭିଡିଓ ନିକଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ବାଇକରେ ପାଞ୍ଚ ଜଣ ବସି ଯାଉଥିବା ଭିଡିଓରେ ଦେଖାଯାଉଛି । ଏହି ଭିଡିଓ ଦେଖିବା ପରେ ଜଣେ ଆଇପିଏସ୍ ଅଫିସର କଡ଼ା ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ‘ପୋଲିସକୁ ଚକମା ଦେଇପାରିବ, ମାତ୍ର ଯମଦୂତକୁ ନୁହେଁ ।’

ଏହି ଭାଇରାଲ ଭିଡିଓ ଦେଖିବା ପରେ ଆଇପିଏସ ଅଧିକାରୀ ଦୀପାଂଶୁ କାବରା ଲେଖିଥିଲେ, ‘ବୟସରେ ବଡ଼ ହେଲେ ମଧ୍ୟ ଏହି ଗାଡ଼ି ଚାଳକଙ୍କର ସାମାନ୍ୟ ଜ୍ଞାନର ଅଭାବ ରହିଛି । ନିଜର ମୁର୍ଖତା ବିଷୟରେ ସେ ତାଙ୍କ ପିଲାମାନଙ୍କୁ ନ ଶିଖାନ୍ତୁ । ଏପରି ଲାପରବାହୀ କାରଣରୁ ସମସ୍ତେ ବିପଦରେ ପଡ଼ିବେ । ସେମାନେ ପୋଲିସକୁ ଠକି ଖସିଯାଇ ପାରନ୍ତି, ମାତ୍ର ଯମଦୂତଙ୍କୁ ନୁହେଁ । ଏପରି ଯୁବକଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ବିଧାନ କରାଯିବା ଆବଶ୍ୟକ ।’

ତେବେ ବାସ୍ତବ ଘଟଣାଟି ହେଉଛି, ଜଣେ ଯୁବକ ଏକ ସ୍କୁଟି ଚଳାଉଥିଲେ । ଗାଡ଼ି ପଛରେ ଦୁଇଜଣ ବସିଥିବା ବେଳେ ଦୁଇଜଣ ଛିଡ଼ା ହୋଇଥିଲେ । ଏପରି ଭାବେ ପାଞ୍ଚଜଣ ନିଜ ଜୀବନକୁ ବାଜିରେ ଲଗାଇ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଯାତ୍ରା କରୁଥିଲେ । ଏହି ଭିଡିଓ ଦେଖିବାରେ ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଜଣେ ୟୁଜର ଲେଖିଥିଲେ, ‘ଇଏ ଜଣେ ବହୁତ ବଡ଼ ଡ୍ରାଇଭର, ପିଲାଙ୍କ ପ୍ରତି ସାମାନ୍ୟ ବି ଧ୍ୟାନ ନାହିଁ । ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘ଏଭଳି ବ୍ୟକ୍ତିଙ୍କୁ ଦଣ୍ଡବିଧାନ ତ କରିବା ଉଚିତ, ତା’ ସହ ଏନେଇ ସଚେତନତା ବି ଜରୁରୀ ।’ ତେବେ ଏହି ଭାଇରାଲ୍ ଭିଡିଓଟି କେଉଁଠାରେ ଘଟିଛି ସେନେଇ କିଛି ଜଣାପଡ଼ି ନାହିଁ ।

Get real time updates directly on you device, subscribe now.