fbpx

ଭୟଙ୍କର ଦୁର୍ଘଟଣା: ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆଖି ବୁଜିଲେ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହିପାରିବେ ନାହିଁ । ଆଜିକାଲି ସଡ଼କ ଦୁର୍ଘଟଣାରେ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିବା ସହ ଆଉ କିଛି ଆହତ ହେଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଏକ ବଡ଼ ଅଘଟଣ ଘଟି ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆଖି ବୁଜିଦେଇଛନ୍ତି । ଟ୍ରକ ଓ କାର ମଧ୍ୟରେ ବଡ଼ ଧରଣର ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିହାରର ବୈଶାଲୀ ଜିଲ୍ଲାରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଛି । ମୁଜାଫରପୁର-ସମସ୍ତୀପୁର ମୁଖ୍ୟ ରାସ୍ତାର ବୈଶାଲୀର ପାତେପୁର ଥାନା ଅନ୍ତର୍ଗତ ଚିକନୌଟା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଏହି ଖବର ମୃତକଙ୍କ ସମ୍ପର୍କୀୟକଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି ।

ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଉତ୍ତେଜିତ ହୋଇ ମୁଖ୍ୟ ରାସ୍ତାକୁ ବନ୍ଦ କରିଦେଇଥିଲେ । ଖବର ପାଇ ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ହଟିଥିଲେ । କାରରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ରହିଥିବା ବେଳେ ଅଚାନକ ଟ୍ରକ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ମେଡିକାଲ ଯିବା ବାଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.