ଟେକ ଅପ ପୂର୍ବରୁ ବିମାନରେ ଲାଗିଲା ନିଆଁ! ଜୀବନ ବଞ୍ଚାଇବା ପାଇଁ ପଙ୍ଖା ଉପରୁ ଡିଆଁ ମାରିଲେ ଯାତ୍ରୀ।

ଟେକ ଅପ ହେବା ପୂର୍ବରୁ ବିମାନରେ ଲାଗିଲା ନିଆଁ

ଓଡିଶା ଭାସ୍କର: ଟେକ ଅପ ପୂର୍ବରୁ ବିମାନରେ ଲାଗିଲା ନିଆଁ! ଜୀବନ ବଞ୍ଚାଇବା ପାଇଁ ପଙ୍ଖା ଉପରୁ ଡିଆଁ ମାରିଲେ ଯାତ୍ରୀ। ଏଭଳି ଏକ ଘଟଣା ସ୍ପେନର ପାଲମା ଡି ମାଲୋର୍କା ବିମାନବନ୍ଦରରେ ଦେଖିବାକୁ ମିଳିଛି।

ଏହି ବିମାନବନ୍ଦରରେ ଏକ ରିଆନଏୟାର ବୋଇଂ ୭୩୭ ବିମାନରେ ହଠାତ୍ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଏହି ବିମାନଟି ପାଲମା ଡି ମାଲୋର୍କାରୁ ଉଡ଼ାଣ ଆରମ୍ଭ କରି ମାଞ୍ଚେଷ୍ଟରରେ ଅବତରଣ କରିବାକୁ ଯାଉଥିବାବେଳେ ଏହି ଦୁର୍ଘଟଣାଟି ଘଟିଥିଲା। ଯାହାଫଳରେ
ଏଥିରେ ଥିବା ମୋଟ ୧୮ ଜଣ ଆହତ ହୋଇଥିଲେ।

ଅରବ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଘଟଣା ସମ୍ପର୍କରେ ତୁରନ୍ତ ଜରୁରୀକାଳୀନ ବିଭାଗକୁ ସୂଚନା ଦିଆଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଗ୍ନିଶମ ବାହିନୀ ଓ ସିଭିଲ ଗାର୍ଡ ସଦସ୍ୟମାନେ ଯାତ୍ରୀମାନଙ୍କୁ ନିରାପଦରେ ବିମାନରୁ ବାହାର କରିଥିଲେ।

ଏହି ଘଟଣାରେ ମୋଟ ୧୮ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି।