fbpx

ଫ୍ଲାଇଟରେ ଭୁଲରେ ବି କୁହନ୍ତୁ ନାହିଁ ଏହି ଶବ୍ଦ, ନଚେତ୍ ଜୋରିମାନା ସହିତ ହୋଇପାରନ୍ତି ବ୍ଲାକଲିଷ୍ଟ୍

ନୂଆଦିଲ୍ଲୀ: ବିମାନ ସୁରକ୍ଷା ନିୟମ ଅନୁସାରେ ଉଡ଼ନ୍ତା ବିମାନରେ କିଛି ଗତିବିଧି ଓ ଶବ୍ଦର ବ୍ୟବହାର କରିବା ଉପରେ ରୋକ୍ ଲଗାଯାଇଥାଏ । ଉଡ଼ନ୍ତା ବିମାନରେ ଯାତ୍ରା କରିବା ସମୟରେ ଅନେକ ନିୟମ ପାଳନ କରିବାକୁ ପଡ଼େ । ତେଣୁ କିଛି ଶବ୍ଦକୁ ବିମାନ ଭିତରେ ବ୍ୟବହାର କରିବା ପୂର୍ବରୁ ଆପଣ ମାନେ ନିୟମ ସବୁ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଜୋରିମାନା ଭରିବାକୁ ପଡ଼ିପାରେ ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ମିଳିପାରେ । ଏହା ସହିତ ଆପଣଙ୍କୁ ସବୁଦିନ ପାଇଁ ବିମାନରେ ଯାତ୍ରା କରିବାରେ ରୋକ୍ ଲଗାଇ ଦିଆଯାଇପାରେ ଅର୍ଥାତ୍ ଆପଣଙ୍କୁ ବ୍ଲାକ୍ ଲିଷ୍ଟ କରିଦିଆଯାଇପାରେ ।

ଡେଲି ଷ୍ଟାର୍ ରିପୋର୍ଟ ଅନୁସାରେ, ବିମାନରେ ଫ୍ଲାଇଟ୍ ଅଟେଣ୍ଡାଣ୍ଟ୍ ଙ୍କୁ ଅନୁରୋଧ କରି ଡ୍ରିଙ୍କ୍ ପିଇପାରିବେ କିନ୍ତୁ ପୂର୍ବରୁ ଡ୍ରିଙ୍କ୍ କରି ବିମାନରେ ଚଢ଼ିପାରିବେନି । ଖାଲି ସେତିକି ନୁହେଁ ଆପଣ ମାନେ ଯଦି ଥଟ୍ଟାରେ ବି କହିଦିଅନ୍ତି ଯେ, ଆପଣ ନିଶାରେ ଅଛନ୍ତି ତାହେଲେ ବି ଆପଣ ଅସୁବିଧାରେ ପଡ଼ିପାରନ୍ତି । କାରଣ ନିଶାରେ ଥିବା ବ୍ୟକ୍ତି ଅନ୍ୟ ଯାତ୍ରୀଙ୍କ ପାଇଁ ସମସ୍ୟାର କାରଣ ହୋଇପାରନ୍ତି ।

ଏହିଭଳି ନିଶାସକ୍ତ ପାସେଞ୍ଜର୍ ଙ୍କ ପାଇଁ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଏବହ କ୍ୟାବିନ୍ କ୍ରୁଙ୍କୁ ଖାସ୍ ଅଧିକାର ଦିଆଯାଇଛି । ସେମାନେ ନିଶାରେ ଥିବା ଯାତ୍ରୀଙ୍କ ଯାତ୍ରା କରିବାରୁ ରୋକିପାରିବେ । ଆଉ ଯଦି କୌଣସି ବ୍ୟକ୍ତି ନିଶା କରି ବିମାନରେ ଚଢ଼ିଯାଇଛି ଓ କେହି ଜାଣି ପାରିନାହାନ୍ତି ତେବେ ଫ୍ଲାଇଟ ଆଟେଣ୍ଡାଣ୍ଟ୍ ଓ କ୍ୟାବିନ୍ କ୍ରୁ ମେମ୍ବର ମାନେ ପାଖ ଏୟାରପୋର୍ଟରେ ବିମାନ ଲ୍ୟାଣ୍ଡ କରାଇ ନିଶା କରିଥିବା ଯାତ୍ରୀଙ୍କୁ ବାହାର କରିପାରିବେ ।

ଖାଲି ସେତିକି ନୁହେଁ ନିଶା କରି ଯଦି କୌଣସି ଯାତ୍ରୀ ବିମାନ ଭିତରେ ହଙ୍ଗାମା କିମ୍ବା କୌଣସି ଝଗଡ଼ା କରେ ତେବେ ସେହି ଭଳି ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ । ଯେଉଁଥିରେ ଦୋଷୀକୁ ୮ ହଜାର ପାଉଣ୍ଡ ଫାଇନ୍ ଏବଂ ୩ ବର୍ଷ ଜେଲ୍ ଦଣ୍ଡ ଦିଆଯାଇପାରେ । ଏହା ସହିତ ସେହିଭଳି ଯାତ୍ରୀଙ୍କୁ ବ୍ଲାକଲିଷ୍ଟ ମଧ୍ୟ କରାଇ ଦିଆଯାଇପାରେ । ତେଣୁ ଆପଣ ବିମାନରେ ଯିବା ସମୟରେ ଥଟ୍ଟାରେ ବି “i am drunk” ଅର୍ଥାତ୍ “ମୁଁ ନିଶାରେ ଅଛି” ବୋଲି କୁହନ୍ତୁ ନାହିଁ ।

Get real time updates directly on you device, subscribe now.