ମାତ୍ର ୭,୦୦୦ ଟଙ୍କାରେ Smart TV କିଣିବାର ସୁବର୍ଣ୍ଣ ସୁଯୋଗ, ଦ୍ୱିତୀୟ ଥର ମିଳିବନି ଏହି ଅଫର

ଫ୍ଲିପକାର୍ଟ ନିଜ ଗ୍ରାହକଙ୍କ ପାଇଁ ଦମଦାର ଅଫର ଆଣିଛି। କମ୍ପାନୀ ନିଜ ପ୍ଲାଟଫର୍ମରେ ବର୍ଷର ପ୍ରଥମ ବଡ଼ ସେଲ୍ ଆରମ୍ଭ କରିବାକୁ ଯାଉଛି। ଯଦି ଆପଣ ନିଜ ଘର ପାଇଁ ହୋମ ଆପ୍ଲିଆନ୍ସେସ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖେ ଉତ୍ତମ ସୁଯୋଗ ରହିଛି। ଫ୍ଲିପ୍‌କାର୍ଟ ସେଲରେ ସ୍ମାର୍ଟଟିଭି କିଣିବା ପାଇଁ ଦମଦାର ଅଫର ଦେବାକୁ ଯାଉଛି।

ନୂଆଦିଲ୍ଲୀ: ଇ-କମର୍ସ ସେକ୍ଟରର ବଡ଼ କମ୍ପାନୀ ଫ୍ଲିପକାର୍ଟ ନିଜ ଗ୍ରାହକଙ୍କ ପାଇଁ ରିପବ୍ଲିକ ଡେ’ ସେଲ ୨୦୨୫ର ଆରମ୍ଭ କରିବାକୁ ଯାଉଛି ଫ୍ଲିପକାର୍ଟ ପକ୍ଷରୁ ଏହି ସେଲକୁ Monumental Sale ନାମରେ ଅଣାଯିବ।

ଯଦି ଆପଣଙ୍କ ପାଇଁ ସ୍ମାର୍ଟଫୋନ ବା ଘର ପାଇଁ କୌଣସି ଘରୋଇ ଉପକରଣ ଆଣିବାକୁ ଚାହୁଁଛନ୍ତି ତେବେ ସେଲର ଧମାକେଦାର ଡିସକାଉଣ୍ଟ ଅଫେରର ଫାଇଦା ନେଇପାରିବେ। ଫ୍ଲିପକାର୍ଟର ସେଲରେ ଆପଣ ସ୍ମାର୍ଟ ଟିଭିକୁ ସବୁଠୁ କମ ମୂଲ୍ୟରେ କିଣିପାରିବେ।

Monumental Sale ର ଆରମ୍ଭ: ଫ୍ଲିପକାର୍ଟ ନିଜ ଗ୍ରାହକଙ୍କୁ Monumental Saleରେ ସ୍ମାର୍ଟ ଟିଭି ଉପରେ ଅଫର ଦେବାକୁ ଯାଉଛି। ଏହି ସେଲରେ ଆପଣ ସ୍ମାର୍ଟଟିଭିକୁ ମାତ୍ର ୭୦୦୦ ଟଙ୍କାରେ କିଣି ପାରିବେ।

୩୨ରୁ ୫୫ ଇଞ୍ଚ ସ୍ମାର୍ଟ ଟିଭିରେ ଦମଦାର ଅଫର: ..ରେ ଆପଣ ୩୨ ଇଞ୍ଚଠାରୁ ନେଇ ୪୩ ଇଞ୍ଚ ପର୍ଯ୍ୟନ୍ତ ସ୍ମାର୍ଟ ଟିଭିକୁ ୫୦%ରୁ ଅଧିକ ଡିସକାଉଣ୍ଟ ସହ କିଣିପାରିବେ। ଏଥର ସେଲରେ ଖାସ କଥା ହେଉଛି ଆପଣ ସାମସଙ୍ଗ, ସାଓମୀ, ରେଡମୀ, ଏଲଜି, ସୋନୀ, ତୋଶୀବା, ୱାନପ୍ଲସ ଭଳି ବ୍ରାଣ୍ଡର ଆଣ୍ଡ୍ରଏଡ ସ୍ମାର୍ଟ ଟିଭିକୁ ହେଭି ଡିସକାଉଣ୍ଟ ସହ ଶସ୍ତାରେ କିଣିପାରିବେ।

ଏହି ସେଲରେ ଆପଣ ଡିଏସଏଲଆର କ୍ୟାମେରାକୁ ମାତ୍ର ୨୫ ହଜାର ଟଙ୍କାରେ କିଣିପାରିବେ। ଏଥିସହ ଲ୍ୟାପଟପ ଆକ୍ସେସରୀଜକୁ ଆପଣ ମାତ୍ର ୯୯ ଟଙ୍କାରେ କିଣିପାରିବେ। ସେହିପରି ଗେମିଂ ଲ୍ୟାପଟପକୁ ଆପଣ ୪୫,୯୯୦ ଟଙ୍କାରେ ମଧ୍ୟ କିଣିପାରିବେ। ସବୁଠୁ ଆକର୍ଷଣୀୟ କଥା ହେଉଛି, ଆପଣ ମାତ୍ର ୧୦,୯୯୦ ଟଙ୍କାରେ ନର୍ମାଲ ୟୁଜ ପାଇଁ ଲ୍ୟାପଟପ ଘରକୁ ଆଣିପାରିବେ।