fbpx

ରାଜ୍ୟରେ ସାଙ୍ଘାତିକ ସ୍ଥିତି, ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ‘ଆସନ୍ତା ୩ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ ।’

ତେବେ ହୀରାକୁଦର ଆଉ ଗେଟ୍ ଖୋଲିବ ନା ନାହିଁ, ତାହାର ନିଷ୍ପତ୍ତି ଅପରାହ୍ନରେ ନିଆଯିବ । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କୁ ନେଇ ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି । ବୈଠକରେ ମୁଖ୍ୟ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ସୂଚନାଯୋଗ୍ୟ, ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢୁଥିବାବେଳେ ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ ଟପିଛି । ଜଳସ୍ତର ସକାଳେ ୬୨୫.୦୪ ଫୁଟ ରହିଛି। ହୀରାକୁଦ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Get real time updates directly on you device, subscribe now.