fbpx

ରାଜ୍ କୁନ୍ଦ୍ରା ସହ ଫ୍ଲୋରାଙ୍କ ଲିଙ୍କ୍? ରାଗିଗଲେ ଅଭିନେତ୍ରୀ, କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ଅଶ୍ଲୀଳ ଫିଲ୍ମ କାରବାର ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଏଥିସହ ସମ୍ପୃକ୍ତ ଅନେକ ଲୋକଙ୍କ ବିଷୟରେ ମଧ୍ୟ ଗୁମର ଫିଟିବାରେ ଲାଗିଛି । ତେବେ ନିକଟରେ ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଫ୍ଲୋରା ସାଇନଙ୍କ ରାଜ୍ କୁନ୍ଦ୍ରା ଲିଙ୍କ୍ ନେଇ ଅଭିଯୋଗ ଉଠିଛି । କିନ୍ତୁ ଏହି କଥାକୁ ନେଇ ପୂରା ରାଗି ଲାଲ୍ ପଡ଼ି ଯାଇଛନ୍ତି ଫ୍ଲୋରା ।

ଫ୍ଲୋରା କହିଛନ୍ତି ଯେ ଗୁଜବ ପ୍ରଚାର କରିବାରେ ଲୋକେ ସବୁ ସୀମା ପାରା କରିଯାଉଛନ୍ତି । ରାଜ କୁନ୍ଦ୍ରାଙ୍କ ସହ କେବେ ବି ସେ ଭେଟି ନାହାନ୍ତି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ ଜଣେ ଅଭିନେତ୍ରୀଙ୍କୁ ପର୍ଣ୍ଣ ଫିଲ୍ମ ମାମଲାରେ ଯୋଡ଼ିବାର ପରିଣାମ କଣ ସମସ୍ତେ ବୁଝିବା ଦରକାର ବୋଲି ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏକ ନ୍ୟୁଜ୍ ପୋର୍ଟାଲ୍ରେ ଗତ ଶନିବାର ଏକ ଖବର ପ୍ରକାଶ ପାଇଥିଲା । ହ୍ୱାଟ୍ସଆପ୍ରେ ରାଜ କୁନ୍ଦ୍ରା ଓ ଉମେଶ କାମତଙ୍କ ମଧ୍ୟରେ ହୋଇଥିବା କିଛି ଚାଟିଂ ଆଧାରରେ ଏକ ଗୀତ ଶୁଟିଂ ପାଇଁ ଫ୍ଲୋରାଙ୍କୁ ସାଇନ୍ କରାଇବା କଥା ରହିଥିବା ଖବରରେ ଉଲ୍ଲେଖ କରାଯାଇଥିଲା । ଏହାପରେ ଫ୍ଲୋରା ଏକ ଭିଡିଓ ଶେଆର୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଦୁହେଁ ଚାଟିଂରେ କଣ କଥା ହେଉଥିଲେ ସେଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ କି ସେ ଉକ୍ତ ବାର୍ତ୍ତାଳପ ସମ୍ପର୍କରେ ଆଦୌ ଅବଗତ ନଥିବା କହିଛନ୍ତି ଫ୍ଲୋରା ।

 

View this post on Instagram

 

A post shared by Flora Saini (@florasaini)

ଏଥିସହ ଫ୍ଲୋରା କହିଛନ୍ତି ଯେ ମୋର ସ୍କ୍ରିନ୍ ଇମେଜ୍ ନଷ୍ଟ କରିବାକୁ ଏଭଳି ଅପଚେଷ୍ଟା କରାଯାଉଛି । ମୁଁ ଚୁପ୍ ରହିଥିଲେ ଲୋକେ ଏହି ଘଟଣାରେ ମୋର ଲିଙ୍କ୍ ଅଛି ବୋଲି ଧାରଣା ସୃଷ୍ଟି ହୁଅନ୍ତା । ତେଣୁ ସେ ଭିଡିଓ ଶେଆର୍ କରିଥିବା କହିଛନ୍ତି । ଏଥିସହ ରାଜ କୁନ୍ଦ୍ରାଙ୍କ ଆପ୍ ହଟଶଟ୍ ପାଇଁ ଏକଦା ଅଫର୍ ଆସିଥିଲା ଏବଂ ଏକ ୱେବ୍ ସିରିଜ୍ ପାଇଁ ପ୍ରସ୍ତୁତି ଚାଲିଥିବା କୁହାଯାଇଥିଲା । କିନ୍ତୁ ସେଥିଲାଗି ମୁଁ ମନା କରିଦେଇଥିଲି ବୋଲି ଫ୍ଲୋରା ପ୍ରକାଶ କରିଛନ୍ତି ।

 

View this post on Instagram

 

A post shared by Flora Saini (@florasaini)

Get real time updates directly on you device, subscribe now.