କାଉଡିଆଙ୍କ ପୁଣ୍ୟ ନେଇଗଲେ ମୁଖ୍ୟମନ୍ତ୍ରୀ! ବୋଲବମଧାରୀଙ୍କ ଉପରେ ହେଲିକପ୍ଟରରୁ ହେଲା ପୁଷ୍ପ ବର୍ଷା

ସୋସିଆଲ ମିଡିଆରେ ଘୁରିବୁଲୁଛି ଫଟୋ । କାଉଡିଆଙ୍କ ଗୋଡ଼ ଧୋଇଲେ ମୁଖ୍ୟମନ୍ତ୍ରୀ ।

ହରିଦ୍ୱାର: ହରିଦ୍ୱାରରେ ଚାଲିଥିବା କାଉଡ଼ି ଯାତ୍ରା ସମୟରେ ଗୁରୁବାର ଶିବ ଭକ୍ତ କାଉଡ଼ିଆମାନଙ୍କ ଉପରେ ହେଲିକପ୍ଟର ମାଧ୍ୟମରେ ଫୁଲ ବର୍ଷା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସେମାନଙ୍କ ପାଦ ଧୋଇଥିଲେ।

ହରିଦ୍ୱାରରେ କାଉଡ଼ି ଯାତ୍ରୀଙ୍କ ଗହଳି ଲାଗି ରହିଛି ଏବଂ ଆଖପାଖ ଅଂଚଳ ‘ବୋଲେ ବାମ’ ଏବଂ ‘ହର ହର ମହାଦେବ’ ପ୍ରତିଧ୍ଵନିରେ କମ୍ପୁଛି । ପ୍ରତିଦିନ ହଜାର ହଜାର କାଉଡ଼ିଆ ଗଙ୍ଗା ଜଳ ସଂଗ୍ରହ କରିବାକୁ ହରିଦ୍ୱାର ଆସୁଛନ୍ତି।

ହେଲିକପ୍ଟରରୁ ପୁଷ୍ପ ବର୍ଷଣ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ହେଲିକପ୍ଟର ମାଧ୍ୟମରେ ଆକାଶରୁ କାଉଡ଼ିଆମାନଙ୍କ ଉପରେ ଫୁଲ ବର୍ଷା କରି ହରିଦ୍ୱାରରେ ସ୍ୱାଗତ କରାଯାଇଥିଲା। ଧାମି କାଉଡ଼ିଆମାନଙ୍କ ପାଦ ଧୋଇ ଆଶୀର୍ବାଦ ନେଇ ଥିଲେ। ସେ ଶିବ ଭକ୍ତମାନଙ୍କୁ ମାଲ୍ୟାର୍ପଣ କରିଥିଲେ ଏବଂ ଫଳ ପ୍ରଦାନ କରିଥିଲେ।

ଏ ନେଇ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଭଗବାନ ଶିବଙ୍କ ଭକ୍ତମାନଙ୍କର ସେବା କରିବାର ସୁଯୋଗ ମିଳିଥିବାରୁ ମୁଁ ଭାଗ୍ୟବାନ। ଏହା ଏକ ଅତ୍ୟନ୍ତ ପବିତ୍ର, ପୌରାଣିକ ଏବଂ କଷ୍ଟକର ଯାତ୍ରା; ଯେଉଁଥିରେ ଶିବ ଭକ୍ତମାନେ ଏଠାକୁ ଶହ ଶହ କିଲୋମିଟର ପାଦରେ ଚାଲି କରି ପବିତ୍ର ଗଙ୍ଗା ଜଳ ଗ୍ରହଣ କରିବାକୁ ଆସିଥାନ୍ତି ଓ ଭଗବାନ ଶିବଙ୍କ ଜଳାଭିଷେକ କରନ୍ତି।

କାଉଡିଆଙ୍କ ଯାତ୍ରାକୁ ସୁଗମ ଏବଂ ସୁରକ୍ଷିତ କରିବା ପାଇଁ ପ୍ରଶାସନ ଏବଂ ପୋଲିସ ଦ୍ୱାରା ନିରନ୍ତର ପ୍ରୟାସ ଚାଲିଛି । ସେ କହିଛନ୍ତି ଯେ ଉତ୍ତରାଖଣ୍ଡର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ, ରାଜ୍ୟରେ ଧର୍ମାନ୍ତରୀକରଣ ବିରୋଧୀ, ‘ଭୂମି ଜିହାଦ’, ‘ଲଭ୍ ଜିହାଦ’ ଇତ୍ୟାଦି ସମ୍ପର୍କରେ କଠୋର ପଦକ୍ଷେପ ନିଆଯାଇଛି ।