ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ପୀଡ଼ିତାଙ୍କ ମା’ ଆଣିଛନ୍ତି ସାଘାତିକ ଅଭିଯୋଗ ।
ସିସିଟିଭି ଦେଖିଲୁ ନିଆଁ ଜଳୁଛି । ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ ଭାବୁଛି ସାର ନିଆଁ ଲଗାଇ ଦେଇଛନ୍ତି ।
ପ୍ରିନ୍ସିପାଲ, ଏଚଓଡି ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଛନ୍ତି । ତେଣୁ ଆମେ ଚାହୁଁଛୁ ଫାଶୀ ଦଣ୍ଡ ମିଳିବା ଦରକାର ।
ସୌମ୍ୟାଶ୍ରୀଙ୍କ ମା’ ଆଉ ମଧ୍ୟ କହିଛନ୍ତି, ମୋ ଝିଅକୁ ଫେଭର ମାଗିବା କଥା ବହୁ ବିଳମ୍ବରେ ଜାଣିଲୁ ।
ସେ ସବୁ କଥା ମନରେ ଚାପି ରଖେ । ଘରେ କାହାରି ଆଗରେ ପ୍ରକାଶ କରେ ନାହିଁ । ଶହ ଶହ ଝିଅଙ୍କ ଜୀବନ ନଷ୍ଟ କରିବାକୁ ପ୍ଲାନ୍ କରୁଥିଲେ ।
ମୋ ଝିଅ ପ୍ରତିବାଦ କରିବାରୁ ତାକୁ ପେଟ୍ରୋଲ ଢ଼ାଲି ନିଆଁ ଲଗାଇ ଦେଲେ ବୋଲି କହିଛନ୍ତି ତାଙ୍କ ମା ।
ତିନିଦିନ ଥରି ଛାତ୍ରୀଙ୍କ ଅବସ୍ଥା ଶୋଚନୀୟ ଥିବାବେଳେ ଭେଣ୍ଟିଲେଟର ସପୋର୍ଟରେ ସେ ଅଛନ୍ତି ।
ଆଜି ରାଷ୍ଟ୍ରପତି ପୀଡ଼ିତାଙ୍କୁ ଭେଟିବା ସହ ଏଫଏମ କଲେଜ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ପୋଲିସ ।