ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଲାଗି ମିଛ ପ୍ରତିଶ୍ରୁତି ଦେଇଥିବା ପ୍ରିନ୍ସିପାଲ ଗିରଫ, ସେପଟେ ଯମ ସହ ଲଢ଼େଇ କରୁଛନ୍ତି ପୀଡ଼ିତା

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ (ଏଫଏମ୍) କଲେଜ ନିଲମ୍ବିତ ପ୍ରିନ୍ସିପାଲ ଗିରଫ ହେଲେ । ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ପୋଲିସ ।

ଶନିବାର ଇଣ୍ଟିଗ୍ରେଟେଡ୍ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିସି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ସୌମ୍ୟାଶ୍ରୀ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା କଲେଜରେ କରିଥିଲେ ।

ଖବର ମୁତାବକ ସୌମ୍ୟାଶ୍ରୀଙ୍କ ଶରୀରର ୯୦ରୁ ୯୫ % ପୋଡ଼ିଯାଇଛି । ନିଆଁ ଓ ଧୂଆଁ କାରଣରୁ ଯକୃତ, ବୃକକ୍ ଇତ୍ୟାଦି ସଂକ୍ରମିତ ହେବା ନେଇ କୁହାଯାଉଛି । ସୌମ୍ୟାଶ୍ରୀଙ୍କ ବାପା ଝିଅର ଜୀବନ ରକ୍ଷା ପାଇଁ ଓନିଶାବାସୀଙ୍କ ଆଗରେ ପାର୍ଥନା କରିଛନ୍ତି ।

କଲେଜର ପ୍ରିନ୍ସିପାଲ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଲାଗି ମିଛ ପ୍ରତିଶ୍ରୁତି ଦେଇଥିବାବେଳେ ଘଯଣାକୁ ଅଣଦେଖା କରିଥିବା ଅଭିଯୋଗ ପୀଡ଼ିତାଙ୍କ ବାପା ଆଣିଛନ୍ତି । ଯାହାପରେ ପ୍ରିନ୍ସିପାଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଆଜି ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି ।