FM ଛାତ୍ରୀଙ୍କ ଆତ୍ମାହୁତି ମାମଲା, କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ

FM କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲା । ମାମଲାରେ କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ ।

ବାଲେଶ୍ବର: FM କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲା । ମାମଲାରେ କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ । ତଦନ୍ତ କରିବ ମହିଳା ଓ ଶିଶୁ ବିରୋଧି ଅପରାଧ ଶାଖା । DSP ଇମନ କଲ୍ୟାଣ ନାୟକଙ୍କୁ ଦିଆଗଲା ତଦନ୍ତ ଭାର । ତଦନ୍ତ ଦାୟିତ୍ବ ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।

ତେବେ ତଦନ୍ତ ଅଧିକାରଙ୍କୁ ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳି ରାଉତ । ପୂର୍ବରୁ ନିଜଆଡ଼ୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।

ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୋଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।