ପୁଣି FM ୟୁନିଭର୍ସିଟିରେ ଲଜ୍ଜା, କଲେଜର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ କ୍ୟାମ୍ପସ କ୍ୱାର୍ଟରରେ ଦୁଷ୍କର୍ମ ଉଦ୍ୟମ
କ୍ୱାର୍ଟର ଭିତରେ ପସି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।
ବାଲେଶ୍ୱର: ପୁଣି FM ୟୁନିଭର୍ସିଟିରେ ଲଜ୍ଜା। ଗୋଟେ ନିଆଁ ନ ଲିଭୁଣୁ ପୁଣି ଏକ ଅଭିଯୋଗ। ସେତେବେଳେ ପ୍ରଫେସର ଫେବର ମାଗିବାରୁ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ।
ହେଲେ ଏବେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କ୍ୱାର୍ଟରରେ ପସି ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିବା ପାଇଁ ଉଦ୍ୟମ କରାଯାଇଛି। ହଁ ଆଜ୍ଞା ପୁଣିଥରେ FM ୟୁନିଭର୍ସିଟିକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି।
ଅଭିଯୋଗ ଅନୁସାରେ FM ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀ କ୍ୟାମ୍ପସ କ୍ୱାର୍ଟରରେ ଥିବାବେଳେ ଜଣେ ଯୁବକ ତାଙ୍କ କ୍ୱାର୍ଟର ଭିତରେ ପସି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛି।
ଦୁଷ୍କର୍ମ ଉଦ୍ୟମ ନେଇ ପିଡୀତାଙ୍କ ସ୍ୱାମୀ ଅର୍ଥାତ୍ FM ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ରେମୁଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେମୁଣା ପୋଲିସ ଜଣେ ଯୁବକକୁ ଅଟକ ରଖିଛି।
ଅଟକ ଯୁବକ ଯୁବକ ନୀଳଗିରି ଅଞ୍ଚଳର ହରିହର ପାତ୍ର ବୋଲି ପୋଲିସ ସୂଚନା ଦେଇଛି। ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ପୋଲିସ ତାର ତଦନ୍ତ କରୁଛି।