fbpx

ଦେଶର ଏହି ସ୍ଥାନରେ ମିଳେ ସବୁଠାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଖାଦ୍ୟ, ଜାରି ହେଲା ଫୁଡ୍ ସେଫ୍ଟି ଇଣ୍ଡେକ୍ସ; ଜାଣନ୍ତୁ କେଉଁ ରାଜ୍ୟ ରହିଛି ଆଗରେ

ନୂଆଦିଲ୍ଲୀ: ଭାରତୀୟ ମାନେ ଖୁବ୍ ଖାଦ୍ୟପ୍ରିୟ ହୋଇଥାନ୍ତି । ମିଷ୍ଟାନ୍ନ ଠାରୁ ଆରମ୍ଭ କରି ମସଲାଯୁକ୍ତ ତଥା ଚଟପଟା ଖାଦ୍ୟ ତିଆରି କରି ଖାଇବା ଓ ଖୁଆଇବାରେ ସବୁଠାରୁ ଆଗରେ ରହିଥାନ୍ତି ଭାରତୀୟ ମାନେ । ଦେଶରେ ଅନେକ ଭାଷାଭାଷୀ ଲୋକ ବାସ କରୁଥିବା ବେଳେ ସେମାନଙ୍କ ପରମ୍ପରା ଅନୁସାରେ, ଅନେକ ପ୍ରକାରର ବ୍ୟଞ୍ଜନ ସେମାନେ ତିଆରି କରିଥାନ୍ତି । ତେବେ ଏହା ଭିତରେ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଖାଦ୍ୟ ଗ୍ରହଣ କରିବା ମଧ୍ୟ ଜରୁରୀ । କାରଣ ସୁସ୍ୱାଦୁ ଖାଦ୍ୟ ଖାଇବା ସହିତ ଶରୀରର ଧ୍ୟାନ ରଖିବା ନିହାତି ଆବଶ୍ୟକ ହୋଇଥାଏ । ଭଲ ତଥା ଉଚ୍ଚ ଗୁଣବତ୍ତାର ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ତଥା ଏଫଏସଏସଏଆଇ ଚଳିତ ବର୍ଷ ଖାଦ୍ୟ ସୁରକ୍ଷା ଆଧାରରେ ରାଜ୍ୟ ମାନଙ୍କର ର୍ୟାଙ୍କିଙ୍କ୍ ଜାରି କରିଛନ୍ତି ।

ତେବେ ଏହି ରାଙ୍କିଙ୍କ୍ ରେ ଖାଦ୍ୟ ଗୁଣବତ୍ତା ମାମଲାରେ ଗୁଜୁରାଟ, କେରଳ ଏବଂ ତାମିଲନାଡ଼ୁ ଟପ୍ ରେ ରହିଛନ୍ତି । ଏହା ବ୍ୟତୀତ ଅନ୍ୟ ରାଜ୍ୟ ମାନେ ଯେପରିକି ପ୍ରଥମେ ଗୋଆ, ଦ୍ୱିତୀୟରେ ମେଘାଳୟ ଓ ତୃତୀୟରେ ମଣିପୁର ରହିଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଜମ୍ମୁକାଶ୍ମୀର ପ୍ରଥମ ଓ ଆଣ୍ଡାମାନ୍ ନିକୋବର ଦ୍ୱିତୀୟରେ ରହିଛନ୍ତି । ତେବେ ଓଡ଼ିଶା ଓ ହିମାଚଳପ୍ରଦେଶ ରାଙ୍କିଙ୍କ୍ ରେ ସୁଧାର ଆସିଛି । ୨୦୧୮-୧୯ ରାଙ୍କିଙ୍କ୍ ରେ ଓଡ଼ିଶା ୧୩ ସ୍ଥାନରେ ରହିଥିଲା । କିନ୍ତୁ ଚଳିତ ଥର ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ହିମାଚଳ ୧୦ନମ୍ବରରୁ ୬ ନମ୍ବରକୁ ଆସିଛି ।

ରାଜ୍ୟ ମାନଙ୍କରେ ଖାଦ୍ୟର ବିଭିନ୍ନ କ୍ୱାଲିଟି ଆଧାରରେ ରାଙ୍କିଙ୍କ୍ କରାଯାଇଛି । ଯେପରିକି ମ୍ୟୁମାନ୍ ରିସୋର୍ସ, ନିୟମର ପାଳନ, ଟେଷ୍ଟିଂ ସୁବିଧା, ଟ୍ରେନିଂ ଓ କନଜ୍ୟୁମର୍ ରାଇଟ୍ସ ସାମିଲ ରହିଛି । ଭାରତରେ ଖାଦ୍ୟ ଯେପରିକି ବିସ୍କେଟ୍, ନମକିନ୍, କେକ୍, ଜୁସ୍ ଆଦିରେ ଫ୍ୟାଟ୍ କୁ କମ୍ କରିବା କାମ ବି କରାଯାଇଛି । ଏହି ମାମଲାରେ ଭାରତ ଅନେକ ସଫଳତା ହାସଲ କରିଛି ଓ ଆଗକୁ ବି ଚେଷ୍ଟା ଜାରି ରଖିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ହୋଇଥିବା ସର୍ଭେର ଫଳାଫଳ ଜାରୀ କରିଛନ୍ତି ।
ଭାରତର ୩୪ ରାଜ୍ୟରୁ ୪୧୯ଟି ସହରରୁ ୬ ପ୍ରକାରର ଖାଦ୍ୟର ସାମ୍ପଲ ସଂଗ୍ରହ କରାଯାଇଥିଲା । ମୋଟ ୬୨୪୫ ସାମ୍ପଲ ଟେଷ୍ଟ କରାଯାଇଥିଲା । ଯେଉଁଥିରେ କେବଳ ୮୪ ସାମ୍ପଲ ଅର୍ଥାତ୍ ୧.୩୪% ସାମ୍ପଲରେ ୩ ପ୍ରତିଶତ ରୁ ଅଧିକ ମାତ୍ରାରେ ଟ୍ରାନ୍ସ ଫ୍ୟାଟ୍ ମିଳିଛି । ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଭାରତରେ ଟ୍ରାନ୍ସ ଫ୍ୟାଟ୍ ଫ୍ରୀ ଖାଦ୍ୟ ତିଆରି କରିବାର ମାତ୍ରା ବଢ଼ାଇବା ନେଇ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.