fbpx

ବହୁ ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ମୁଡ୍ ପୁରାପୁରି ବିଗିଡିଯାଏ, କ’ଣ ସେହିସବୁ ଖାଦ୍ୟପଦାର୍ଥ ଆସନ୍ତୁ ଜାଣିବା

ବିଭିନ୍ନ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ ଓ କାମ କରିବାକୁ ଉତ୍ସାହ ସୃଷ୍ଟି ହୋଇଥାଏ । ଏପରିବି ବହୁ ଖାଦ୍ୟ ରହିଛି ଯାହା ଖାଇବା ଦ୍ୱାରା ମାନସିକ ସ୍ତରରେ ବି ବହୁତ ଶାନ୍ତି ଓ ଖୁସି ଅନୁଭୂତ ହୋଇଥାଏ ଏବଂ ମୁଡ୍ ଭଲ ରହିଥାଏ । ଅନ୍ୟପକ୍ଷରେ ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ଆପଣଙ୍କ ମୁଡ୍ ପୁରାପୁରି ବିଗିଡିଯାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଖାଇଲେ ଆପଣଙ୍କ ମୁଡ୍ ବା ମାନସିକ ଅବସ୍ଥା ବି ବିଗିଡିଯିବ ।
ସୋଡା ଡ୍ରିଙ୍କସ୍:
ଏହା କେବଳ ଆମର ଓଜନ ବୃଦ୍ଧି କରି ନ ଥାଏ ବରଂ ଏହା ଆମ ମୁଡ୍ ବି ଖରାପ କରି ଦେଇଥାଏ । ଏଥିରେ ଅଧିକ ମାତ୍ରାରେ ସୁଗାର ରହିଛି । ଏହା ପିଇବା ପରେ ଆମ ଶରୀରକୁ ଯେତେ ଶୀଘ୍ର ଶକ୍ତି ମିଳିଥାଏ ସେତେ ଶୀଘ୍ର ଏହା ଚାଲିଯାଇଥାଏ । ଅନ୍ୟପକ୍ଷରେ ଏନର୍ଜି ଅଭାବରୁ ଆପଣଙ୍କ ମୁଡ୍ ଖରାପ ହୋଇଯାଏ ।
ଚିପ୍ସ:
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏଥିରେ ଓମେଗା ୬ ଫ୍ୟାଟି ଏସିଡ୍ ଭରି ରହିଛି ଯାହା ଶରୀରରେ ଓମେଗା ୩ ଫ୍ୟାଟି ଏସିଡ୍ ର ଉତ୍ପାଦନକୁ ରୋକିଥାଏ । ଏହି ଓମେଗା ୩ ଫ୍ୟାଟି ଏସିଡ୍ ଆପଣଙ୍କ ମୁଡ୍ ଭଲ ରଖିବାରେ ସହାୟକ ହୋଇଥାଏ ।
ଲୁଣ ଦିଆ ବାଦାମ ଭଜା:
ଏଥିରେ ସୋଡିୟମ ଅଧିକ ମାତ୍ରାରେ ରହିଛି । ଏହି ବାଦାମ ଅଧିକ ଖାଇବା ଦ୍ୱାରା ମୁଡ୍ ସୁଇଙ୍ଗ ପରି ସମସ୍ୟା ଉତ୍ପନ୍ନ ହୋଇପାରେ ।
କଫି:
ଏଥିରେ କେଫିନ୍ ମାତ୍ରା ଅଧିକ ରହିଥାଏ । ବହୁତ ଅଧିକ ମାତ୍ରାରେ କେଫିନ୍ ସେବନ କରିବା ଦ୍ୱାରା ମୁଡ୍ ସୁଇଙ୍ଗ ଓ ଉଦବିଘ୍ନତା ପରି ସମସ୍ୟା ସୃଷ୍ଟି ହୋଇଥାଏ ।
ନନ୍ ଅର୍ଗାନିକ୍ ଫୁଡ୍:
ନନ୍ ଅର୍ଗାନିକ୍ ଫଳ ଓ ପନିପରିବାରେ କୀଟନାଶକ ଅଧିକ ରହିଥାଏ । କୀଟନାଶକରେ ନ୍ୟୁରୋଟକ୍ସିନର ବ୍ୟବହାର କରାଯାଇଥାଏ ଯଦ୍ଦ୍ୱାରା ମୁଡ୍ ସୁଇଙ୍ଗ ଓ ଉଦବିଘ୍ନତା ପରି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ରିଫାଇନଡ୍ ଖାଦ୍ୟ:
ଏହା ଶରୀରରେ ଆବଶ୍ୟକତା ଠାରୁ ଅଧିକ ସୁଗାର ଭରି ଦେଇଥାଏ । ଫଳରେ ଡିପ୍ରେସନ୍ ଓ ମନ ବିଚଳିତ ହେବା ପରି ସମସ୍ୟା ଉତ୍ପନ୍ନ ହୋଇଥାଏ ।

 

Get real time updates directly on you device, subscribe now.