fbpx

ପାଞ୍ଚ ଶହ ଟଙ୍କା ହେଲା କାଳ: ବ୍ୟବସାୟୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର

ବୈତୁଲ, ୯ା୨: ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଟଙ୍କା ପାଇଁ ହତ୍ୟା କରାଯାଇଛି । ମଜଦୁରୀ ପଇସାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟାନକ ପରିଣତି ଦେଖିବାକୁ ମିଳିଛି । ତେବେ ମୃତଦେହ ଏକ କ୍ଷେତରୁ ମିଳିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ମୃତକ ଜଣକ ଜଣେ ବାଲି ବ୍ୟବସାୟୀ ଅଟନ୍ତି । ତାଙ୍କର ଟ୍ରାକ୍ଟରରେ ଗାଁର କିଛି ଶ୍ରମିକ କାର୍ଯ୍ୟ କରୁଥିଲେ । ମାତ୍ର ୫୦୦ ଟଙ୍କା ମଜୁରୀ ପ୍ରାପ୍ୟକୁ ନେଇ ମୃତକ ଓ ଶ୍ରମିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ଶ୍ରମିକମାନେ ବ୍ୟବସାୟୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.