fbpx

ମୂଳପୋଛ ହେବ ମାଓ ସଂଗଠନ: ନୂତନ କ୍ୟାମ୍ପ ନିର୍ମାଣ କଲା ବିଏସଏଫ୍

ଖଇରପୁର, ୯ା୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ପ୍ରତିଷ୍ଠା କରାଯାଇଛି ବିଏସଏଫର ଏକ କ୍ୟାମ୍ପ । ଜିଲ୍ଲାର ମୁଦୁଲିପଡ଼ାରେ ମାଓ ସଂଗଠନକୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଏହି କ୍ୟାମ୍ପ ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଏସପି ରିଷିକେଶ ଦୟାନନ୍ଦ ଖିଲାରୀଙ୍କ ପ୍ରଚେଷ୍ଟାରେ ଏହି କ୍ୟାମ୍ପ ନିର୍ମାଣ କରାଯାଇଛି ଜଣାପଡ଼ିଛି ।
ଏହି ଅବସରରେ କ୍ୟାମ୍ପ ନିକଟରେ କୋରାପୁଟର ବିଏସଏଫ ଡିଆଇଜି ପିକେ ମିଶ୍ର, କମ୍ପାନୀ କମାଣ୍ଡାଣ୍ଟ ବିକ୍ରମ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ମାଓ ପ୍ରବଣ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏହି କ୍ୟାମ୍ପ କାର୍ଯ୍ୟ କରିବ । ମାଓ ଭୟ ଯୋଗୁଁ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିବାରୁ ଆଞ୍ଚଳିକ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଛି । ତେବେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ମାଓ ଭୟ ଦୂର ହେବା ସହ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

Get real time updates directly on you device, subscribe now.