fbpx

(Video) ଗୋଟିଏ ଭୁଲ୍ ପାଇଁ ୨୦୦୭ T-20 ବିଶ୍ୱକପ ଫାଇନାଲରେ ଭାରତ ଠାରୁ ହାରିଥିଲା ପାକିସ୍ତାନ: ମିସବା

ନୂଆଦିଲ୍ଲୀ: ଗତ ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟରେ ୧୫୭ ରନ୍ ସଂଗ୍ରହ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ କଡ଼ା ଟକ୍କର ଦେଇଥିଲା । ଏପରିକି ଶେଷ ଓଭର ପର୍ଯ୍ୟନ୍ତ ପାକିସ୍ତାନ ହାତରେ ମ୍ୟାଚ ରହିଥିବା ଭଳି ଲାଗୁଥିଲା । ମାତ୍ର ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମିସବା ଉଲ ହକଙ୍କର ଗୋଟିଏ ଭୁଲ୍ ସବୁ କିଛି ବଦଳାଯାଇ ଦେଇଥିଲା । ପାକିସ୍ତାନ ୧୫୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଏନେଇ ନିଜେ ଏକ ସାକ୍ଷାତକାର ଅବସରରେ ଖୁଲାସା କରିଛନ୍ତି ମିସବା ।

ଏକ ମିଡ଼ିଆକୁ ସାକ୍ଷାତକାର ଦେଇ ମିସବା କହିଛନ୍ତି, ୨୦୦୭ ଟି-୨୦ ବିଶ୍ୱକପର ପରାଜୟ ମୋତେ ବହୁତ ଯନ୍ତ୍ରଣା ଦେଇଥିଲା । ଜୋହାନ୍ସବର୍ଗରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ଆମେ ପରାସ୍ତ ହୋଇଥିଲୁ । ୧୫୮ ରନର ଲକ୍ଷ୍ୟ ଆମ ପାଇଁ ଏତେ ମୁସ୍କିଲ ନଥିଲା । ମାତ୍ର ଗୋଟିଏ ଭୁଲ୍ ପାଇଁ ପାଇଁ ମ୍ୟାଚ ଆମ ହାତରୁ ଚାଲିଯାଇଥିଲା । ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିଲା । ତା’ପରେ ୪ ବଲରୁ ୬ ରନ ଆବଶ୍ୟକ ଥିଲା । ଯୋଗିନ୍ଦର ଶର୍ମାଙ୍କ ବଲକୁ ମୁଁ ୱିକେଟ କିପର ପଛକୁ ମାରିବା ସମୟରେ ବଲକୁ ଶ୍ରୀସନ୍ଥ ଶର୍ଟ-ଫାଇନ ଲେଗରେ କ୍ୟାଚ କରିନେଇଥିଲେ । ଫଳରେ ପାକିସ୍ତାନର ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା । ଦଳୀୟ ସ୍କୋର ୭୭ ରନ୍ ହୋଇଥିବା ବେଳେ ଆମର ୬ଟି ୱିକେଟ ପଡ଼ିଥିଲା । ଏହାପରେ ବି ଆମେ ସଂଘର୍ଷ କରି ମ୍ୟାଚକୁ ଜିତିବା ସ୍ଥିତିକୁ ନେଇଆସିଥିଲୁ । ସେଇ ଗୋଟିଏ ଖରାପ ଶର୍ଟ ଖେଳିନଥିଲେ ହୁଏତ ବିଶ୍ୱକପ ଆମର ହୋଇଥାନ୍ତା ବୋଲି ୫୦ ବର୍ଷୀୟ ମିସବା ହୃଦୟରୁ ଆବେଗଭରା କଣ୍ଠରେ କହିଛନ୍ତି । ଓଭର କନଫିଡେନ୍ସ ସବୁକିଛି ବର୍ବାଦ କରିଦେଲା ବୋଲି ଏହି ବରିଷ୍ଠ କ୍ରିକେଟର କହିଛନ୍ତି ।

Get real time updates directly on you device, subscribe now.