fbpx

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଉପଲବ୍ଧି

ଚେନ୍ନାଇ: ଦେଶରେ ସଫଳ ହେଲା ୫ଜି କଲ୍ । ଆଇଆଇଟି ମାଡ୍ରାସାରେ ୫ଜି କଲ୍ ର ସଫଳ ପରୀକ୍ଷଣ କରାଯାଇଛି । କେନ୍ଦ୍ରୀୟ ସୂଚନା ପ୍ରାଧୀକରଣ ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନେଟୱାର୍କର ସମସ୍ତ ଡିଜାଇନ୍ ଭାରତରେ ପ୍ରସ୍ତୁତ କରାଯାଇଛି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ୫ଜି ନେଟୱାର୍କରେ ଭିଡିଓ କଲ କରିଥିଲେ । ସୂଚନାଯୋଗ୍ୟ ୫ଜି ଟେଷ୍ଟ ବେଡକୁ ମୋଟ ୮ ଇନଷ୍ଟିଚ୍ୟୁଟ୍ ମିଶି ପ୍ରସ୍ତୁତ କରିଛନ୍ତି । ଯାହାକୁ ଆଇଆଇଟି ମାଡ୍ରାସ୍ ନେତୃତ୍ୱରେ ବିକଶିତ କରାଯାଇଛି ।

ଏହି ପ୍ରୋଜେକ୍ଟରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ୍, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଆଇଏସସି ବାଙ୍ଗଲୋର ଆଦିର ମିଳିତ ପ୍ରୟାସରେ ଏହି ସଫଳତା ମିଳିଛି । ନିକଟରେ ସରକାର ସୂଚନା ଦେଇଥିଲେ ଯେ, ଏହି ପ୍ରୋଜେକ୍ଟକୁ ବିକଶିତ କରିବାକୁ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଟେଷ୍ଟବେଡ ଭାରତୀୟ କମ୍ପାନୀ ଏବଂ ଷ୍ଟାର୍ଟଅପ ମାନଙ୍କ ପାଇଁ ଇକୋ ସିଷ୍ଟମ୍ ପ୍ରସ୍ତୁତ କରିବ । ସେପଟେ ଟେଲିକମ୍ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚଳିତ ବର୍ଷ ଶେଷ ବେଳକୁ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି ଶେଷ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ମେ ରେ ୫ଜି ଟେଷ୍ଟବେଡର ଲଞ୍ଚ କରିଥିଲେ । ୫ଜି ଟେଷ୍ଟବେଡ ଦେଶର ଟେଲିକମ ଇଣ୍ଡଷ୍ଟ୍ରୀ ଏବଂ ଷ୍ଟାର୍ଟଅପ ମାନଙ୍କୁ ସପୋର୍ଟ କରିବ । ଏହା ସହ ସେମାନଙ୍କର ପ୍ରଡକ୍ଟସ୍, ପ୍ରୋଟୋଟାଇପ ଏବଂ ସଲ୍ୟୁସନ ପ୍ରଦାନ କରିବ । ଏହାକୁ ଲଞ୍ଚ କରି ଭାରତ ଆତ୍ମନିର୍ଭର ଦିଗରେ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୫ଜି ଟେକ୍ନୋଲୋଜି ଦେଶର ଅର୍ଥବ୍ୟବସ୍ଥାକୁ ଆଗାମୀ ୧୫ ବର୍ଷରେ ୪୫୦ ବିଲିୟନ ଡଲାର କୋଟି ପର୍ଯ୍ୟନ୍ତ ବୃଦ୍ଧି ମିଳିବ । ଏହା ସହ ଆମ ସରକାର ଦେଶର ସମସ୍ତ ନାଗରିକଙ୍କ ହାତରେ ମୋବାଇଲ ପହଞ୍ଚିବା ଦିଗରେ କାର୍ଯ୍ୟ କରିଥିଲୁ । ଏଥି ପାଇଁ ଦେଶରେ ମୋବାଇଲ ଫୋନ ଉତ୍ପାଦନ ଦିଗରେ କାର୍ଯ୍ୟ କରାଯାଇଥିଲା । ଫଳ ସ୍ୱରୁପ ଆଜି ଭାରତରେ ୨୦୦ ମୋବାଇଲ ମାନୁଫାକଚରିଙ୍ଗ କେନ୍ଦ୍ର ଅଛି ।

 

 

 

 

 

 

 

 

 

 

Get real time updates directly on you device, subscribe now.