fbpx

(Video) ନନ୍ଦିନୀ ନାଁ ରେ ଲାଗିଲା ୪୨୦ ଦଫା , ଠକେଇ ସହ କରିଛନ୍ତି ବିଶ୍ବାସ ଘାତକତା

ଜେଲର ଚାରି କାନ୍ଥ ଭିତରକୁ ଟଣା ହେବେ ନନ୍ଦିନୀ! ନନ୍ଦିନୀଙ୍କ ନାମରେ ରୁଜୁ ହେଲା ୪୨୦ ମାମଲା । ନନ୍ଦିନୀ ଏବଂ ତାଙ୍କ ପରିବାର ନାମରେ ଲଗାତାର ପୁଅ ପରିବାର ତରଫରୁ ଆସିଥିବା ଅଭିଯୋଗକୁ ଆଧାର କରି ଥାନାରେ ରୁଜୁ ହୋଇଛି ୪୨୦ ମାମଲା । ଏହା ସହ ଆଇପିସି ଧାରା ୪୦୬ , ୧୨୦ ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଭରତପୁରର ବଳରାମଙ୍କୁ ବିବାହ କରିଥିଲେ ନନ୍ଦିନୀ ଏବଂ ବାହାଘରର ଦିନକ ପରେ ରାତିରେ ଭିଣୋଇ ସହ ନ୍ୟୁଡ ଭିଡ଼ିଓ କଲରେ ବିନା ବସ୍ତ୍ରରେ ରହିଥିଲେ  । ସ୍ୱାମୀ ସେହି ଦୁଶ୍ୟକୁ ପାଖରୁ ଦେଖିଥିଲେ ଏବଂ ପରେ ସ୍ୱାମୀଙ୍କୁ ନନ୍ଦିନୀ କ୍ଷମା ମଧ୍ୟ ମାଗିଥିଲେ ।

କିନ୍ତୁ ସକାଳେ ଶ୍ୱଶୁରଙ୍କୁ ମନ୍ଦିର ଯିବା ପାଇଁ ଅନୁମତି ମାଗି ସୁନା ଗହଣା ଟଙ୍କା ନେଇ ଚାଲିଯାଇଥିବା ଅଭିଯୋଗ କରିଥିଲେ ପରିବାର । ଆଉ ତା ପରେ ଏହି ଘଟଣାକୁ ନେଇ ପରିବାର ଚିନ୍ତାରେ ଥିବା ସହ ବାରମ୍ବାର ଭରତପୁର ଥାନାକୁ ଦୌଡ଼ିଥିଲେ ନ୍ୟାୟ ପାଇଁ ଏବଂ ବାରମ୍ବାର ଅଭିଯୋଗ କରାଯାଇଥିଲା ଆଉ ଏବେ ନନ୍ଦୀନିଙ୍କ ନାମରେ ୪୨୦ ମାମାଲା ରୁଜୁ କରିଛି ପୋଲିସ ।

ତେବେ ଲକ୍ଷା ଧିକ ଟଙ୍କା ସୁନା ଗଣା ନେଇ ବୋହୁ  ଫେରାର ହୋଉଥିବା ଦୃଶ୍ୟ ମଧ୍ୟ ସିସିଟଭିରେ କଏଦ ହୋଇଥିଲା ତେବେ ନନ୍ଦିନୀଙ୍କ ସହ ତାଙ୍କ ପାରିବାର ଆଉ ଭେଣେଇ ମଧ୍ୟ ଏହି ସବୁ କାର୍ଯ୍ୟରେ ସମ୍ପୃକ୍ତି ଥିବା କୁହାଯାଉଥିଲା । ତେବେ ଦେଖିବାକୁ ବାକିରହିଲା କେତେ ଶୀଘ୍ର ଟଣା ହେଉଛନ୍ତି ନନ୍ଦିିନୀ । ଆଉ କେତେ କଣ ଠକିଛନ୍ତି ଲୁଟି ଛନ୍ତି ହୁଏତ ସଂମ୍ପୁର୍ଣ୍ଣ ତଦନ୍ତପରେ ସତ୍ୟା ସତ୍ୟ ସାମ୍ନାକୁ ଆସିବ ।

Get real time updates directly on you device, subscribe now.