fbpx

ହଷ୍ଟେଲ ଛାତରୁ ଖସି ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବାଲେଶ୍ୱର: ହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମଳିଛି ବାଲେଶ୍ୱର ସହରର ଏକ ଆବାସିକ କଲେଜରେ । ମୃତ ଯୁକ୍ତ ଦୁଇ ଛାତ୍ରୀଙ୍କ ଘର ମୟୂରଭଞ୍ଜ ବିଶୋଇ ଅଞ୍ଚଳରେ ହୋଇଥିବା ବେଳେ ସେ ହଷ୍ଟେଲରେ ରହି ପାଠପଢ଼ୁଥିଲେ । ଛାତ୍ରୀ ଜଣକ ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି, ଖବର ପାଇ ପରିବାର ଲୋକେ ମଧ୍ୟ ହଷ୍ଟେଲରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଛି ।

ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା? ସେ କିଭଳି ଛାତ ଉପରୁକୁ ଗଲେ ? ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସେପଟେ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ।

ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଗତକାଲି ରାତିରେ ହଷ୍ଟେଲରେ ୨୦୦ ଟଙ୍କା ଚୋରିକୁ ନେଇ ଅନ୍ତେବାସୀଙ୍କ ସହ ଝଗଡ଼ା ହୋଇଥିଲା । ଯାହାହଁ ଝିଅର ମୃତ୍ୟୁର କାରଣ ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.