fbpx
BSKY
BJD MC SKY
BJD MS SKY

ଦୁନିଆର ପ୍ରଥମ ଘଟଣା: ମଣିଷର ହାର୍ଟରୁ ମିଳିଲା Microplastics, ରୋଗୀଙ୍କର ରକ୍ତରେ କିପରି ପହଞ୍ଚିଲା ପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ହାର୍ଟ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ବିଭିନ୍ନ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ହାର୍ଟ ରୋଗରେ ମୃତ୍ୟୁ ଘଟୁଛି । ତେବେ ଏହା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ମଣିଷର ହାର୍ଟରୁ ମାଇକ୍ରୋ ପ୍ଲାଷ୍ଟିକ ମଳିଛି । ଏହା ବିଶ୍ୱର ପ୍ରଥମ ଘଟଣା । ତେବେ ରୋଗୀର ହୃଦୟ ପର୍ଯ୍ୟନ୍ତ ଏହି ମାଇକ୍ରୋ ପ୍ଲାଷ୍ଟିକ କିପରି ପହଞ୍ଚିଲା ତାହା ଜାଣିବାରେ ଡାକ୍ତରମାନେ ସଫଳ ହୋଇପାରିଛନ୍ତି ।

ଏକ ରିପୋର୍ଟ ମୁତାବକ, ୧୫ ଜଣ ରୋଗୀଙ୍କ ଠାରୁ ୯ ପ୍ରକାରର ପ୍ଲାଷ୍ଟିକ୍ ପାର୍ଟିକଲ ମିଳିଛି । ଚୀନର ବେଜିଂ ଏଞ୍ଝେନ ହସ୍ପିଟାଲରେ ସମସ୍ତ ରୋଗୀଙ୍କର ହାର୍ଟ ସର୍ଜରୀ କରାଯାଇଥିଲା । ଏହି ସମସ୍ତ ରୋଗୀଙ୍କର ରକ୍ତ ଓ ହାର୍ଟ ଟିସୁ ନମୂନା ନିଆଯାଇ ପରୀକ୍ଷା କରାଯିବା ପରେ ସେଥିରେ ମାଇକ୍ରୋ ପ୍ଲାଷ୍ଟିକ ଥିବା ନେଇ ଜଣାପଡ଼ିଥିଲା । ତେବେ ଏହି ମାଇକ୍ରୋ ପ୍ଲାଷ୍ଟିକ ପାର୍ଟିକଲର ଆକାର ୫ ମିଲିମିଟରରୁ କମ୍ ରହିଥିଲା ।

ପ୍ଲାଷ୍ଟିକ ବୋତଲର ବ୍ୟବହାର କରିବା ଓ ପ୍ଲାଷ୍ଟିକର ପ୍ୟାକିଂରେ ଖାଦ୍ୟ ରଖାଯିବା ଫଳରେ ଏହି ପାର୍ଟିକଲ ରୋଗୀଙ୍କର ଶରୀରରେ ପହଞ୍ଚିଥାଏ । ଏହି ମାଇକ୍ରୋ ପ୍ଲାଷ୍ଟିକ ଶ୍ୱାସକ୍ରିୟା, ଭୋଜନ, ପାଣି ମାଧ୍ୟମରେ ଶରୀରରେ ପହଞ୍ଚିବା ପରେ ତାହା ପ୍ଲାଷ୍ଟିକର ପାର୍ଟିକଲ ଆରବିସିର ବାହାର ସ୍ତରରେ ଲାଗି ରହିଯାଇଥାଏ । ଏହା ଶରୀରରେ ଅକ୍ସିଜେନ ପହଞ୍ଚାଇବାର କାର୍ଯ୍ୟ କରିଥାଏ । ଫଳରେ ଏହା ଶରୀରରେ ଉପରେ ପ୍ରଭାବ ପକାଇଥାଏ । ପ୍ଲାଷ୍ଟିକ ପାର୍ଟିକଲ ଭବିଷ୍ୟତରେ କ୍ୟାନସର, ହୃଦରୋଗ, ସ୍ମରଣଶକ୍ତି ହ୍ରାସ, ନପୁଂସକତାର କାରଣ ସାଜିପାରେ ବୋଲି ରିସର୍ଚ୍ଚ ଟିମ୍ କହିଛନ୍ତି ।

Get real time updates directly on you device, subscribe now.