fbpx

ବାନ୍ଧିଲା ପୋଲିସ, ବାଲେଶ୍ଵରର ନବବିବାହିତା ଯୁବତୀ କରୁଥିଲେ …

ଓଡିଶା ଭାସ୍କର; ଜଣେ ମହିଳାଙ୍କୁ ନେଇ ଦେଖା ଦେଇଛି ଏକ ଲଜ୍ୟାର ବିଷୟ । ବାହାଘରକୁ ଦୁଇ ମାସ ନ ପୂରୁଣୁରୁ ଥାନାକୁ ବନ୍ଧା ହୋଇ ଯାଇଛି ବୋହୁ । ଗୋଟିଏ ପଟେ ବୋହୁ ଜେଲକୁ ଗଲା ଆଉ ଅନ୍ୟପଟେ ଏକ ସଂସାର ଉଜାଡି ଦେଇଗଲା । ସୂଚନା ଥାଉକି, ଜଣେ ନବବିବାହିତା ଯୁବତୀ ବ୍ରାଉନସୁଗାର ବେପାର ମାମଲାରେ ଗିରଫ ହୋଇଛନ୍ତି । ଗିରଫ ୨୨ ବର୍ଷୀୟ ଯୁବତୀଙ୍କ ନାମ ହେଲା ଅପ୍‌ସନା ଖାତୁନ୍ । ବାପଘର ଓ ଶାଶୂଘର ଉଭୟ ବାଲେଶ୍ଵର ଜିଲ୍ଲାରେ। ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା ବ୍ରାଉନସୁଗାର ଭଳି କଳା ବେପାରୀ ସ୍ତ୍ରୀ ଥିଲା ବୋଲି। ହେଲେ ହଠାତ ଜାଣିବା ବେଳକୁ ସ୍ତ୍ରୀ ହାତରେ ହାତ କଢି ପକାଇଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ଜୁନ୍ ମାସରେ ଅନୁଗୁଳ ଟାଉନ ଥାନା ପୁଲିସ ଏକ ବ୍ରାଉନ୍‌ସୁଗାର ରାକେଟକୁ ଧରିଥିଲା । ଅନୁଗୁଳ ସହର ଶୁଖୁଆ ସାହିର ଫିରୋଜ ବେଗ, ସରିଫ ବେଗ ଓ ସତ୍ୟରଂଜନ ସାହୁ କୁମଣ୍ଡର ଦିବ୍ୟ ରଞ୍ଜନ ପ୍ରଧାନଙ୍କ ପାଖରୁ ବ୍ରାଉନ୍‌ସୁଗାର ଆଣି ଏକ ମୋଟରସାଇକେଲରେ ଆସୁଥିବାବେଳେ ପୁଲିସ ଚଢ଼ଉ କରି ୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ପରେ ଅଧିକ ତଦନ୍ତ ହେବାରୁ ବାଲେଶ୍ୱର ଜିଲ୍ଲାର ନବବିବାହିତା ଯୁବତୀ ଅପ୍‌ସନା ଖାତୁନଙ୍କର ବି ଏଥିରେ ସାମିଲ ଥିବା ଜାଣିବାକୁ ପାଇଥିଲା ପୋଲିସ । ଯାହାକୁ ନେଇ ଅପ୍‌ସନାଙ୍କ ଉପରେ ପୁଲିସ ଚଢ଼ଉ କରି ତାଙ୍କୁ ଜଳେଶ୍ବରରୁ ଗିରଫ କରିଛି ।

Get real time updates directly on you device, subscribe now.