fbpx

ପ୍ରଥମ ଥର ପାଇଁ ଘୋଡ଼ା ଚଢ଼ି ବିବାହ କଲା ଅନୁସୂଚିତ ସାମାଜର ବର

ନୂଆଦିଲ୍ଲୀ: ସାଧାରଣତଃ ସମସ୍ତେ ବର ବେଶରେ ଘୋଡା ଚଢ଼ି ବିବାହ କରିବାକୁ ଯାଆନ୍ତି । ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ ଏମିତି ଏକ ଗ୍ରାମ ରହିଛି ଯେଉଁଠାରେ ଘୋଡା ଚଢ଼ି ବିବାହ ଆପଣ ବିବାହ କରିପାରିବେ ନାହିଁ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହି ନିୟମକୁ ସେହି ଗାଁର ବିଜୟ କୁମାର ନାମକୁ ଜଣେ ଭାଙ୍ଗିଛନ୍ତି । ହରିୟାଣାର ଦାଦ୍ରି ରୋଡରେ ଥିବା ଏକ ଛୋଟ ଗାଁ ଗୋବିନ୍ଦପୁରାରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ । ଯାହାକି ଏବେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି ।

୩୦୦ ବର୍ଷ ପୂର୍ବେ ଦାଦ୍ରି ରୋଡରେ ଗୋବିନ୍ଦାପୁରା ଗ୍ରାମ ପ୍ରତିଷ୍ଠା କରାଯାଇଥିଲା । ଗୋବିନ୍ଦପୁର ଗାଁର ଜନସଂଖ୍ୟା ୨ହଜାର । ଆରମ୍ଭରୁ ସେହି ଗାଁରେ ଦୁଇଟି ଜାତି ଅଛି । ଏହି ଗାଁରେ ରାଜପୁତ ପ୍ରାଧାନ୍ୟ ଏବଂ ଅନୁସୂଚିତ ସମାଜ । ତେବେ ଗାଁରେ ରାଜପୁତଙ୍କ ଜନସଂଖ୍ୟା ୧୨୦୦ ଓ ଅନୁସୂତି ସମାଜର ଜନସଂଖ୍ୟା ୮୦୦ । ଗ୍ରାମର ସରପଞ୍ଚ କହିଛନ୍ତି କି ଯେବେଠାରୁ ଏହି ଗାଁ ପ୍ରତିଷ୍ଠା ହୋଇଛି ସେବେଠାରୁ ଏହି ପରମ୍ପରା ଚାଲିଆସୁଛି । ଯେ ନିର୍ଦ୍ଧାରିତ ସମାଜରେ ଲୋକେ ଗାଁରେ ଘୋଡ଼ା ଚଢ଼ି ବିବାହ କରିପାରିବେ ନାହିଁ । କିନ୍ତୁ ଏହି ପରମ୍ପରାକୁ ଭାଙ୍ଗି ସେହି ଗାଁର ବିଜୟ କୁମାର ନାମକ ଜଣେ ଘୋଡ଼ା ଚଢ଼ି ବିବାହ କରିବାକୁ ଯାଇଥିଲେ । ସେ ରୋହତକ ଜିଲ୍ଲାର ଲା୩ନମାଜରା ନିବାସୀ ପୂଜାଙ୍କୁ ବିବାହ କରିଛନ୍ତି । ତେବେ ସବୁଠାରୁ ଖୁସିର କଥା ହେଉଛି ଏହାକୁ କେହି ବିରୋଦ କରିନଥିଲେ ବରଂ ସମସ୍ତେ ଏହାକୁ ସ୍ୱାଗତ କରିଥିଲେ । ସେ ସରପଞ୍ଚଙ୍କ ସହାୟତାରେ ଗାଁରୁ ବର ଧୂମଧାମରେ ବରଯାତ୍ରୀ ନେଇ ବିବାହ କରିବାକୁ ଯାଇଥିଲା ।

ସରପଞ୍ଚ ବିର ସିଂହ କହିଛନ୍ତି କି ଏହା ତିନି ବର୍ଷ ପୂର୍ବେ ଗାଁରେ ପଞ୍ଚାୟତ ଗଠନ ହୋଇଥିଲା । ଏହା ସହ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ନିର୍ଦ୍ଧାରିତ ସମାଜକୁ ଗାଁରେ ଘୋଡା ଚଢ଼ି ବିବାହ କରିବାକୁ କେହି ଅଟକାଇପାରିବେ ନାହିଁ । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ଲୋକମାନେ କେହି ଆଗକୁ ଆସୁନଥିଲୋ ଯେତେବେଳେ ବିଜୟ ସାହାସ ଦେଖାଇ ଘୋଡ଼ା ଚଢ଼ି ବିବାହ କରିବା ପାଇଁ ମୋ ପାଖକୁ ଅନୁମତି ନେବା ପାଇଁ ଆସିଥିଲେ । ଏହା ଶୁଣିବା ପରେ ମୁଁ ତୁରନ୍ତ ରାଜି ହୋଇ ତାଙ୍କୁ ସାହାଯ୍ୟ କରିଥିଲି । ଏହା ସହ ସତର୍କତା ଅବଲମ୍ବନ କରି ଜିଲ୍ଲା ପ୍ରଶାସନକୁ ଜଣାଇବା ସହ ପ୍ରଶସାନ ବିଜୟଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ୍ କର୍ମଚାରୀ ମଧ୍ୟ ପଠାଇଥିଲେ । ଅନ୍ୟପଟେ ବିଜୟ ଘୋଡା ଚଢ଼ିବା ପରେ ଗାଁରେ ନିର୍ଦ୍ଧାରିତ ପରିବାରରେ ଖୁସିର ବାତାବରଣ ରହିଛି । ବିଜୟଙ୍କ ଏହି ସାହାସ ଯୋଗୁଁ ଏହି ପରମ୍ପରା ଭାଙ୍ଗିବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.