ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଗଲାଣି ‘ମାଘ ମାସରେ ବାଘ ପରିକା ଶୀତ’ ଲୋକ କଥା। ଆଉ ସେ ଶୀତ ନାହିଁ, କି ଥଣ୍ଡା ପବନ ବି ନାହିଁ। ମାଘ ମାସରେ ବୈଶାଖ ଭଳି ତାତି, ଉତ୍ତପ୍ତ ସାରା ଓଡ଼ିଶା।
ଏବେଠୁ ଏମିତି ଆଗକୁ କ’ଣ ହେବ, ଗତକାଲି ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନର କହିବା ଅନୁସାରେ, ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି।
ଚଳିତ ବର୍ଷ ପ୍ରଥମ କରି ୩୭ ଡିଗ୍ରୀ ଛୁଇଁଲା ତାତି। ସେହିପରି ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୪.୮ ଡିଗ୍ରୀ ଛୁଇଁଥିଲା। ତେବେ ମାଘ ମାସ ନପୁରୁଣୁ ଏଭଳି ତାତିକୁ ଦେଖି ସମସ୍ତେ ଭୟଭୀତ ରହିଛନ୍ତି।
ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏବେଠୁ ଏତେ ତ ଆଗକୁ କେତେ। ଆଜି ବି ସକାଳୁ ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଉଛି। ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ।
କହୁଡ଼ି ଯୋଗୁଁ ଟାଣ ଖରା ହେବ। ଏବେ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। ଫଳରେ ଗରମ ଅନୁଭବ ହେବାର ସମ୍ଭାବନା ରହିଛି।
ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବତ୍ତର୍ନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାତି ସମାନ ରହିବ। ଅପରାହ୍ନ ଆଡ଼କୁ ପାଗ ଆଂଶିକ ମେଘୁଆ ହୋଇପାରେ।