fbpx
BSKY SKY
BSKY SKY

ନୂଆବର୍ଷ ପାଇଁ ଘନ କୁହୁଡ଼ିର ପୂର୍ବାନୁମାନ; ଅନେକ ଟ୍ରେନ୍ ବିଳମ୍ବ, ବିମାନ ଚଳାଚଳ ହୋଇପାରେ ପ୍ରଭାବିତ

BSKY

ଓଡ଼ିଶା ଭାସ୍କର: ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ଯୋଗୁଁ ରେଳ ଓ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜଧାନୀ ହିଲ୍ଲୀରେ ଘନ କୁହୁଡ଼ି କାରଣରୁ କିଛି ଟ୍ରେନ୍ ବିଳମ୍ବରେ ଚଳାଚଳ କରୁଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ କିଛି ବିମାନ ବିଳମ୍ବିତ ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରୀ ସେଲସିୟସ ରହିଥିଲା। ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ଜମ୍ମୁ-କଶ୍ମୀରରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଭାରତର ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରି ମଧ୍ୟରେ ରହିବ। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି ରହିବ ଏବଂ ରବିବାର ଦିଲ୍ଲୀରେ ମଧ୍ୟ ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଗତ ଦୁଇ ତିନି ଦିନ ହେବ ଉତ୍ତର ଭାରତରେ କୁହୁଡ଼ି ବଢ଼ିବାରେ ଲାଗିଛି। ନୂଆବର୍ଷ ପାଇଁ ପ୍ରସ୍ତୁତି ମଧ୍ୟରେ କୁହୁଡ଼ି ଯୋଗୁଁ ଯାତାୟାତରେ ବ୍ୟାପକ ବାଧା ସୃଷ୍ଟି ହୋଇଛି। ଗୁରୁବାର ଦିନ ଉତ୍ତର ପ୍ରଦେଶର ଜାତୀୟ ରାଜପଥରେ କୁହୁଡ଼ି ଯୋଗୁଁ ଅନେକ ଯାନବାହନ ମୁହାଁମୁହିଁ ହୋଇଥିଲେ। ପୃଥକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.