fbpx

ଭିତରକନିକାରେ ଆରମ୍ଭ ହେଲା ବିଦେଶାଗତ ପକ୍ଷୀ ଗଣନା; ୧୭ ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ

Advertisement

ପଟ୍ଟାମୁଣ୍ଡାଇ; ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଓଡିଶାର ଚିଲିକା ଏବଂ ଭିତରକନିକାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଏନେଇ ବନବିଭାଗ ସେମାନଙ୍କ ଉପରେ ନଜର ରଖିବା ସହ ଓଡିଶାକୁ ଚଳିତ ବର୍ଷ କେତେ ବିଦେଶାଗତ ପକ୍ଷୀ ଆସନ୍ତି ତାଙ୍କର ଗଣନା ମଧ୍ୟ ହୋଇଥାଏ । ତେବେ ଆଜିଠାରୁ ଭିତରକନିକାରେ ଏହି ବିଦେଶାଗତ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକି ସକାଳ ୬ ଟାରୁ ଆରମ୍ଭ ହୋଇ ଦିନ ୨ ଟା ପର୍ଯ୍ୟନ୍ତ ଚାଲିବ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଏହି ବିଦେଶାଗତ ପକ୍ଷୀମାନଙ୍କ ଗଣନା କାର୍ଯ୍ୟ ଚାଲିଛି । ଯେଉଁଥିପାଇଁ ୧୭ ଟି ଟିମ୍ ନିୟୋଜିତ ଅଛନ୍ତି । ତେବେ ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ ସଦସ୍ୟ ସାମିଲ ଅଛନ୍ତି । ରାଜନଗର, କନିକା, ଗହୀରମଥା, ମହାକାଳପଡା, ଏବଂ କୁଜଙ୍ଗରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଚାଲିଛି । ତେବେ ଏହି ପକ୍ଷୀ ଗଣନା ସରିବା ପରେ ଜଣାପଡିବ ଚଳିତ ବର୍ଷ ଭିତରକନିକାକୁ କେତେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ଏତତ୍ ବ୍ୟତୀତ ଏହି ସମୟରେ ଶିକାରୀମାନଙ୍କ ପ୍ରତି ଦୃଷ୍ଟି ରଖାଯାଉଥିବା ମଧ୍ୟ ସୂଚନାରୁ ଜଣାପଡୁଛି । ତେବେ ଏହି ପକ୍ଷୀ ଗଣନାରେ ବାଇନାକୁଲାର୍ ସହ ଜିପିଏସ୍ ଓ କ୍ୟାମେରା ବ୍ୟବହୃତ ହେଉଛି ।

ତେବେ ଚଳିତ ବର୍ଷ ଜାନୁଆରୀ ୪ ତାରିଖରେ ଚିଲିକାରେ ମଧ୍ୟ ଏହି ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ୨୧ ଟି ନିୟୋଜିତ ଥିଲେ । ତେବେ ଚିଲିକାର ୫ ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଚାଲିଥିଲା । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଓ ନୂଆପଡ଼ା ଅଂଚଳରେ ଏହି ଗଣନା କାର୍ୟ୍ୟ ଚାଲିଥିଲା । ଏଥିରେ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ । ଏହି ଗଣନାରେ ବନ୍ୟପ୍ରାଣୀ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟ ଏବଂ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ସାମିଲ ଥିଲେ

Get real time updates directly on you device, subscribe now.