fbpx

ଦନ୍ତାହାତୀ ଉତ୍ପାତ: ଘଉଡ଼ାଇବାବେଳେ ଦଳି ମାରିଦେଲା ବନରକ୍ଷୀଙ୍କୁ

ମୟୂରଭଞ୍ଜ: ଫରେଷ୍ଟ ଗାର୍ଡଙ୍କୁ ଦଳି ମାରିଲା ହାତୀ । ରାସଗୋବିନ୍ଦପୁର ରେଞ୍ଜ୍ ବାଉଁଶୁଣି ଗାଁରେ ହାତୀ ଘଉଡ଼ାଇବା ବେଳେ ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ ରାଉତ ମୃତ ।

ରାସଗୋବିନ୍ଦପୁର ବ୍ଲକରେ ଥମୁନାହିଁ ହାତୀ ଉପଦ୍ରବ। ଦୀର୍ଘ କିଛି ମାସ ହେଲାଣି ଚିନ୍ତା ବଢେଇ ଦେଇଛନ୍ତି ହାତୀପଲ । କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ’ ଆଉ କେତେବେଳେ ଘର ଭାଙ୍ଗୁଛନ୍ତି ହାତୀପଲ । ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାସଗୋବିନ୍ଦପୁର ବ୍ଲକରେ ମୁଖ୍ୟ ସମସ୍ୟା ପାଲଟିଛି ହାତୀ ଉପଦ୍ରବ। ବନବିଭାଗର ବହୁ ଉଦ୍ୟମ ପରେ ମଧ୍ୟ ଝାଡଖଣ୍ଡି ହାତୀପଲକୁ ଘଉଡେଇବାରେ ସଫଳତା ମିଳୁନାହିଁ ।

ରସଗୋବିନ୍ଦପୁର ବନ ଅଧିକାରୀ ମିତା ମହାନ୍ତିଙ୍କ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟ ସମୟରେ ବନଶୁଲି ଗ୍ରାମରେ ହାତୀକୁ ଘଉଡାଇବା ସମୟରେ ବନରକ୍ଷୀ ଚନ୍ଦ୍ରକାନ୍ତ ରାଉତ (୪୦) ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଦଳି ଦେଇଥିଲା । ବନରକ୍ଷୀ ଗୁରୁତର ହେବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରାଉତଙ୍କ ନିଜ ବାସସ୍ଥାନ ଉଦଳାରେ ବୋଲି ଜଣା ପଡ଼ିଛି । ତାଙ୍କ ମୃତ୍ୟୁରେ ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

Get real time updates directly on you device, subscribe now.