fbpx

ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ମୟୂରଭଞ୍ଜର ଶିମିଳିପାଳ ଓ ଆଖପାଖ ଜଙ୍ଗଲରେ ଧିରେ ଧିରେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁର ପ୍ରକୋପ ଓ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜଙ୍ଗଲ ନିଆଁ ପାଇଁ ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ନିଆଁଲିଭାରେ ଅଧିକ କର୍ମଚାରୀ ଓ ବନ ସୁରକ୍ଷା ସମିତି ସଦସ୍ୟ ନିୟୋଜିତ ହୋଇଛନ୍ତି । ଏନେଇ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି ।

ତେବେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟାସ୍କ ଫୋର୍ସର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ । ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ରହିବେ ୯ ଜଣିଆ ଟାସ୍କଫୋର୍ସ । ୯ ଜଣିଆ ଟାସ୍କଫୋର୍ସ ରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ସାମିଲ ଅଛନ୍ତି । ଅତ୍ୟାଧୁନିକ ପ୍ରକ୍ରିୟାରେ ନିଆଁକୁ ଲିଭାଯିବ ଓ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କଫୋର୍ସ । ଜୈବ ବିବିଧତା ଓ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରିବା ପରେ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.