fbpx

ସବୁକିଛି ଭୁଲିଯିବା ଏକ ରୋଗ… ଏହିସବୁ ଖାଦ୍ୟ ପାଇଁ ହୁଏ ଏହି ସମସ୍ୟା: ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ବେଳେ ଅନେକ କିଛି କଥା ଆପଣ ଭୁଲିଯାଆନ୍ତି । ତେବେ ଏହା ଏକ ସାଧାରଣ କଥା, କିନ୍ତୁ ଏହି ସମସ୍ୟା ବଢିଗଲେ ଏହାକୁ ଏକ ରୋଗ ବୋଲି କୁହାଯାଇପାରେ । ଏହି ରୋଗର ନାମ ହେଉଛି ଅଲଜାଇମର୍ସ ଏବଂ ଡାଇମେନସିଆ । ଯେଉଁଥିରେ ଜଣେ ବ୍ୟକ୍ତି ଅଧିକାଂଶ କଥା ବା ଘଟଣା ଭୁଲିଯାଇଥାନ୍ତି । ନିକଟରେ ଆମେରିକାରେ ଅଲଜାଇମର୍ସ ରୋଗକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା, ଯେଉଁଥିରେ ୧ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ତେବେ ଏହି ରୋଗର ପ୍ରମୁଖ କାରଣ ହେଉଛି ଖାଦ୍ୟ ।

ଅଲଟ୍ରା ପ୍ରସେସ୍ ଫୁଡ୍ ଖାଇବା ଦ୍ୱାରା ଏହି ଭୁଲିବା ରୋଗ ବା ଅଲଜାଇମର୍ସ ଏବଂ ଡାଇମେନସିଆ ହୋଇଥାଏ । ଏହି ରୋଗରେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଦୁର୍ବଳ ହୋଇଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଅଧିକ ମାତ୍ରାରେ ପ୍ରସେସ୍ଡ ଫୁଡ୍ ଖାଇବା ଦ୍ୱାରା ଡାଇମେନସିଆ ଭଳି ରୋଗର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ରିସର୍ଚ୍ଚ ଅନୁସାରେ, ପ୍ରସେସ୍ଡ ମିଟ୍ ଖାଇବା ଦ୍ୱାରା ମଧ୍ୟ ଡାଇମେନସିଆ ରୋଗର ବିପଦ ରହିଥାଏ । ସପ୍ତାହକୁ ୨ ଥର ଏହାକୁ ଖାଉଥିବା ଲୋକଙ୍କ ତୁଳନାରେ ଡାଇମେନସିଆର ଆଶଙ୍କା ୧୦% ବୃଦ୍ଧି ପାଇଥାଏ । ସେହିପରି ଯେକୌଣସି ପ୍ରସେସ୍ଡ ଫୁଡ୍ ଖାଉଥିବା ଲୋକଙ୍କ ମଧ୍ୟରେ ଏହି ଖାଦ୍ୟ ଖାଉ ନଥିବା ଲୋକଙ୍କ ତୁଳନାରେ ଡାଇମେନସିଆର ବିପଦ ୧୨ ପ୍ରତିଶତ ଅଧିକ ରହିଛି । ଏହା କେବଳ ବୃଦ୍ଧ ବା ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ, ଏହା ଯେକୌଣସି ବୟସରେ ଜଣେ ବ୍ୟକ୍ତିଙ୍କୁ ଗ୍ରାସ କରିପାରେ ।

ଡାଇମେନସିଆ ହେଉଛି ଏମିତି ଏକ ରୋଗ ଯାହା ବ୍ୟକ୍ତିର ସ୍ମୃତି, ଚିନ୍ତା ଏବଂ ସାମାଜିକ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ । ଡାଇମେନସିଆରେ ପୀଡିତ ବ୍ୟକ୍ତିମାନେ ସେମାନଙ୍କର ଦୈନନ୍ଦିନ କାର୍ୟ୍ୟକଳାପ ମଧ୍ୟ ଭୁଲିଯିବାର ଦେଖାଯାଏ । ଡାଇମେନସିଆ ସାଧାରଣତଃ ଏକ ମେମୋରୀ ଲସ୍ସ ହୋଇଥାଏ । ଏହା ପ୍ରାୟତଃ ଏହି ଅବସ୍ଥାର ଏକ ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ । ତେବେ କେବଳ ଭୁଲିଯାଉଥିଲେ, ଏହାକୁ ଡାଇମେନସିଆ ବୋଲି କୁହାଯାଇ ପାରିବ ନାହିଁ । ଜଣେ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ଦୈନନ୍ଦିନ କାର୍ୟ୍ୟଗୁଡ଼ିକୁ ଭୁଲି ଯାଉଥିଲେ ଏହାକୁ ଡାଇମେନସିଆ ବୋଲି କୁହାଯାଏ । ଅଧିକାଂଶ କ୍ଷେତ୍ରରେ, ଅଲଜାଇମର ରୋଗ ଡାଇମେନସିଆର କାରଣ ହୋଇଥାଏ । ଏହି ରୋଗ ପ୍ରାୟତଃ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଦେଖାଯାଏ । ଧୂମ୍ରପାନ, ଖରାପ ଖାଦ୍ୟ, ଉଦାସୀନତା ଏବଂ ମୁଣ୍ଡରେ ଗୁରୁତର ଆଘାତ ଏହି ରୋଗର ପ୍ରମୁଖ କାରଣ ହୋଇପାରେ ।

ଡାଇମେନସିଆର ଲକ୍ଷଣ:

  • ଭୁଲିବା ସମସ୍ୟା
  • କୌଣସି କାର୍ଯ୍ୟରେ ଯୋଜନା କରି ନ ପାରିବା
  • ଶବ୍ଦ କହିବାରେ ସମସ୍ୟା
  • ଜରୁରୀ କାର୍ଯ୍ୟ ଭୁଲିଯିବା
  • ଦ୍ୱନ୍ଦ୍ୱରେ ରହିବା

କିପରି ରକ୍ଷା ପାଇବେ?

  • ମସ୍ତିସ୍କକୁ ଆକ୍ଟିଭ ରଖନ୍ତୁ
  • ନିଶାମୁକ୍ତ ରୁହନ୍ତୁ
  • ଭିଟାମିନ୍-ଡି ଗ୍ରହଣ କରନ୍ତୁ
  • ଦୈନିକ ବ୍ୟୟାମ କରନ୍ତୁ
  • ଖାଦ୍ୟପେୟର ଧ୍ୟାନ ରଖନ୍ତୁ

Get real time updates directly on you device, subscribe now.