fbpx

ଏହି ୫ଟି ଖରାପ ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ: ଗ୍ରହ ଦୁର୍ବଳ ହେବା ସହ ଘୋଟିଆସିବ ଦାରିଦ୍ରତା

Advertisement

ଆପଣଙ୍କ ଅଭ୍ୟାସ ହିଁ ଆପଣଙ୍କ ଉନ୍ନତି ସହ ଯୋଡି ହୋଇଛି । ଭଲ ଅଭ୍ୟାସ ଜଣେ ବ୍ୟକ୍ତିଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରିଥାଏ । ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ । ଭଲ ଅଭ୍ୟାସ ଦ୍ୱାରା ଗ୍ରହମାନେ ମଧ୍ୟ ଶକ୍ତିଶାଳୀ ହୁଅନ୍ତି ଏବଂ ସେମାନଙ୍କର ଭଲ ପ୍ରଭାବ ପଡ଼ିଥାଏ ।

କିନ୍ତୁ ଖରାପ ଅଭ୍ୟାସ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ ଓ ଗ୍ରହମାନଙ୍କୁ ଦୁର୍ବଳ କରିଥାଏ, ଯେଉଁ କାରଣରୁ ଗ୍ରହ ଦୋଷ ଦେଖାଦେଇଥାଏ ଏବଂ ଏହା ମଧ୍ୟ ବ୍ୟକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଅଭ୍ୟାସ ସହିତ ଗ୍ରହମାନଙ୍କର ସମ୍ପର୍କ ବର୍ଣ୍ଣନା କରାଯାଇଛି । ଦୁର୍ବଳ ଗ୍ରହ କିମ୍ବା ଗ୍ରହ ଦୋଷରୁ ରୋଗ ସୃଷ୍ଟି ହୋଇଥାଏ । ତିରୁପତିଙ୍କ ଜ୍ୟୋତିଷାଚାର୍ଯ୍ୟ ଡକ୍ଟର କୃଷ୍ଣ କୁମାର ଭାର୍ଗାବ କହିଛନ୍ତି କି, କେଉଁ ଅଭ୍ୟାସକୁ ତୁରନ୍ତ ଛାଡ଼ିଦୋବ ଉଚିତ୍, କାରଣ ଏହା ଦ୍ୱାରା ଧନହାନି ଘଟିବା ସହ ଦାରିଦ୍ରତା ଆସିଥାଏ ।

ଶୀଘ୍ର ଛାଡ଼ନ୍ତୁ ଏହି ୫ଟି ଖରାପ ଅଭ୍ୟାସ

୧ – ରାସ୍ତାରେ ଚାଲୁଥିବା ବେଳେ ବାରମ୍ବାର ଝୋପ ପକାଇବା
ବହୁତ ଲୋକଙ୍କର ଯାତ୍ରା ସମୟରେ ବା କୁଆଡେ ଯାଉଥିବା ବେଳେ ବାରମ୍ବାର ରାସ୍ତାରେ ଛେପ ପକାଇବାର ଅଭ୍ୟାସ ରହିଥାଏ । ଏହି ଅଭ୍ୟାସ ଯୋଗୁୁଁ ସୂର୍ଯ୍ୟ ଗ୍ରହ ସହିତ ଜଡିତ ଦୋଷ ଜନ୍ମ ହୋଇଥାଏ । ସୂର୍ଯ୍ୟ ଦୋଷରୁ ଆପଣଙ୍କର ଧନ ଓ ଶସ୍ୟରେ ଅଭାବ, କାର୍ଯ୍ୟରେ ବିଫଳତା, ପିତାଙ୍କ ସହିତ ଖରାପ ସମ୍ପର୍କ ହୋଇଥାଏ । ଯାହାର ସୂର୍ଯ୍ୟ ଦୁର୍ବଳ ହୋଇଥାଏ, ସେମାନଙ୍କର ଏପରି ଖରାପ ଅଭ୍ୟାସ ରୁହେ । ଚାକିରି ଏବଂ କ୍ୟାରିୟର୍ ମଧ୍ୟ ଅଡୁଆରେ ପଡିଥାଏ ।

୨. ଦାନ୍ତରେ ନଖ କାମୁଡ଼ିବା
ଆପଣ ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ସବୁବେଳେ ଦାନ୍ତରେ ନଖ କାମୁଡ଼ିଥାନ୍ତି । ଦାନ୍ତରେ ନଖ କାମୁଡ଼ିବା ଏକ ଖରାପ ଅଭ୍ୟାସ । ଯେଉଁ ଲୋକମାନେ ଏପରି କରନ୍ତି, ସେମାନଙ୍କର ଶନି ଏବଂ ରାହୁ ଗ୍ରହ ଖରାପ ହୋଇଥାଏ । ଏହି ଦୁଇଟି ଗ୍ରହ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏହି ଦୁଇଟି ଗ୍ରହର ଖରାପ ପ୍ରଭାବ କାରଣରୁ ବ୍ୟକ୍ତିଙ୍କ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।

୩. ବିଳମ୍ବିତ ରାତିରେ ପର୍ଯ୍ୟନ୍ତ ଜାଗ୍ରତ ରହିବା

କିଛି ଲୋକଙ୍କର ବିନା କାରଣରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ହେବାର ଅଭ୍ୟାସ ରହିଛି । ଯେଉଁ ଲୋକମାନେ ଏପରି କରନ୍ତି, ସେମାନଙ୍କର ଚନ୍ଦ୍ର ଦୁର୍ବଳ ହୋଇଥାଏ । ଚନ୍ଦ୍ର ଦୋଷ ହେତୁ ସୁଖ ଏବଂ ଶାନ୍ତି ପ୍ରଭାବିତ ହୁଏ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଥାଏ । ଯଦି ମନ ସ୍ଥିର ନଥାଏ, ତେବେ ନିଷ୍ପତ୍ତି ନେବା କ୍ଷମତା ପ୍ରଭାବିତ ହୁଏ ।

୪. ଉଦ୍ଭିଦ ଏବଂ ଗଛକୁ କ୍ଷତି ପହଞ୍ଚାଇବା
ଗଛ ଏବଂ ଉଦ୍ଭିଦ ସବୁଜତା, ସୁଖ ଏବଂ ସମୃଦ୍ଧିର ପ୍ରତୀକ । ସେଗୁଡ଼ିକ ଗ୍ରହ ସହିତ ମଧ୍ୟ ଜଡିତ ହୋଇଥାନ୍ତି । ଯେଉଁମାନେ ଗଛ ଏବଂ ଉଦ୍ଭିଦକୁ କ୍ଷତି ପହଞ୍ଚାଇଥାନ୍ତି, ସେମାନଙ୍କର ବୁଧ ଗ୍ରହ ଦୁର୍ବଳ ହୋଇଥାଏ । ଏହି କାରଣରୁ ବ୍ୟବସାୟ ଏବଂ ବୃତ୍ତିରେ କୌଣସି ଅଗ୍ରଗତି ହୋଇନଥାଏ । ଟଙ୍କା ନଷ୍ଟ ହେବାର ସମ୍ଭାବନା ରହିଥାଏ । ଓସ୍ତ ଗଛ, ନିମ୍ବ, ତୁଳସୀ, ବଟ ବୃକ୍ଷ, ଲାଗକୁଳି, ବେଲ ଇତ୍ୟାଦି ଗଛକୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ । ଏଗୁଡ଼ିକ ଦେବ ବୃକ୍ଷ ବୋଲି କୁହାଯାଏ ।

୫. ରୋଷେଇ ଘର ଏବଂ ପୂଜା ଘରକୁ ଅପରିଷ୍କାର କରିବା
ଯେଉଁମାନେ ନିଜ ରୋଷେଇ ଘର ଏବଂ ପୂଜା ଘରକୁ ଅପରିଷ୍କାର ରଖନ୍ତି, ସେମାନଙ୍କର ମଙ୍ଗଳ ଏବଂ ବୃହସ୍ପତି ଉଭୟ ଦୁର୍ବଳ ରହିଥାଏ । ମଙ୍ଗଳ ରୋଷେଇ ଘର ସହିତ ଏବଂ ବୃହସ୍ପତି ପୂଜାପାଠ ସହିତ ଜଡିତ ହୋଇଥାନ୍ତି । ଏହି ଦୁଇଟି ଗ୍ରହର ଦୋଷ କାରଣରୁ କାର୍ଯ୍ୟରେ କୌଣସି ସଫଳତା ମିଳିନଥାଏ, ଶିକ୍ଷା କ୍ଷେତ୍ରରେ ବାଧା ଉପୁଜେ, ବିବାହ ଏବଂ ଦାମ୍ପତ୍ୟ ଜୀବନରେ ଅନେକ ପ୍ରକାରର ସମସ୍ୟା ଉପୁଜିପାରେ । ମଇଳା ରୋଷେଇ ଘର ଏବଂ ପୂଜା ଘର ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.