fbpx

FD ଏବଂ ସେଭିଂ ଆକାଉଣ୍ଟର ବିବବରଣୀ ଭୁଲି ଯାଇଛନ୍ତି କି? ତେବେ ଜାଣିନିୟନ୍ତୁ RBI ପୋର୍ଟାଲ UDGAM ରୁ

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ଏଫଡି କିମ୍ବା ସେଭିଂ ଆକାଉଣ୍ଟ ଖୋଲି ତାହାର ରେକର୍ଡ ରଖି ପାରନ୍ତି ନାହିଁ । ଏଭଳି ଲୋକ ମାନେ କେବେ ମଧ୍ୟ ସେଥିରୁ ଟଙ୍କା ଉଠାଇ ପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଏହା ଏବେ ଚିନ୍ତାର ବିଷୟ କିଛି ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଆରବିଆଇ ଏକ ୱେବ ପୋର୍ଟାଲ ଲଞ୍ଜ କରିଛନ୍ତି । ଯାହା ଦ୍ୱାରା କି ଲୋକମାନେ ଜାଣି ପାରିବେ ଯେ, କେଉଁ କେଉଁ ବ୍ୟାଙ୍କରେ ସେମାନଙ୍କର ଖାତା ଅଛି ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଚେଷ୍ଟା କରୁଛି ଯେ, ଏହି ପୋଟ୍ରାଲ ମାଧ୍ୟମରେ ଲୋକଙ୍କର ଅଲଗା ଅଲଗା ବ୍ୟାଙ୍କରେ ଦାବିଦାର ନଥିବା ଜମା ଟଙ୍କା ବିଷୟରେ ଜାଣି ପାରିବେ । କେନ୍ଦ୍ରୀୟ ବ୍ୟାଙ୍କ ଏହି ପୋଟ୍ରାଲର ନାମ ‘UDGAM’ ରହିଛି ।

ପୂର୍ବରୁ ଭିନ୍ନ ଭିନ୍ନ ବ୍ୟାଙ୍କ ଗୁଡିକରେ ଦାବିଦାର ନଥିବା ଟଙ୍କାର ସପୂର୍ଣ୍ଣ ତଥ୍ୟ ନିଜେ ରେକର୍ଡ କରି ରଖୁଥିଲେ । କିନ୍ତୁ ଏବେ ରିଜର୍ଭ ବ୍ୟାଙ୍କ ସମସ୍ତ ତଥ୍ୟକୁ ଗୋଟିଏ ପ୍ଲାଟଫର୍ମକୁ ଅଣା ଗଲା । ଏହି ୱେବ ପୋର୍ଟାଲ ମାଧ୍ୟମରେ ଲୋକେ ସହଜରେ ନିଜ ଆକାଉଣ୍ଟକୁ ଜାଣି ପାରିବେ ।କେନ୍ଦ୍ରୀୟ ବ୍ୟାଙ୍କର ପ୍ରେସ ରିଲୀଜ ଅନୁସାରେ ଏପ୍ରିଲ ୬ ୨୦୨୩ ପର୍ଯ୍ୟନ୍ତ ସମସ୍ତ ବିବରଣୀ ଏହି ପୋର୍ଟାଲରେ ପାଇ ପାରିବେ ।

କେଉଁ କେଉଁ ବ୍ୟାଙ୍କର ଡାଟା ମିଳି ପାରିବ :
୧. ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ
୨. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
୩. ସେଣ୍ଟ୍ରାଲ ବ୍ୟଅଙ୍କ ଅଫ ଇଣ୍ଡିଆ
୪. ଧନ ଲକ୍ଷ୍ମୀ ବ୍ୟାଙ୍କ
୫. ଡି ବି ଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ
୬. ସାଉଥ ଇଣ୍ଡିଆନ ବ୍ୟାଙ୍କ
୭. ସିଟୀ ବ୍ୟାଙ୍କ

Get real time updates directly on you device, subscribe now.