fbpx
BSKY SKY
BSKY SKY

ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

BSKY

ନୂଆଦିଲ୍ଲୀ, ୩୦ା୪: ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ବିଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ସେ କରୋନାରେ ଆକ୍ରାନ୍ତ ଥିବା ନେଇ କୌଣସି ସଠିକ୍ ତଥ୍ୟ ମିଳି ନାହିଁ । ସୋରାବଜୀ ଦୁଇଥର ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ରହିଥିଲେ । ପ୍ରଥମ ଥର ପାଇଁ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଓ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ପଦବୀରେ ରହିଥିଲେ । ୧୯୩୦ ମସିହାରେ ସେ ଜନ୍ମଗ୍ରହଣ କରିଥିବା ବେଳେ ପ୍ରାୟ ୭୦ବର୍ଷ ଧରି ଆଇନ ସେବା ସହିତ ଜଡ଼ିତ ରହିଥିଲେ । ସୋରାବଜୀଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ଦେଶର ଜଣେ ମାନବିକ ଅଧିକାର ଓକିଲ ଭାବେ ସେ ବେଶ୍ ଜଣାଶୁଣା ଅଟନ୍ତି ।

Get real time updates directly on you device, subscribe now.