fbpx

ଯୋଗୀ ଆଦିତ୍ୟନାଥଙ୍କୁ ବିଜେପିର ପୂର୍ବତନ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ ଏପରି କିଛି… ମାୟାବତୀଙ୍କ କଲେ ପ୍ରଶଂସା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଏବଂ ବିଜେପି ବିଧାୟକଙ୍କ ପିତା ରାମ ସରନ ବର୍ମା ନିଜ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଜେପି ସରକାରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରି BSP ସୁପ୍ରିମୋ ମାୟାବତୀଙ୍କ କାର୍ଯ୍ୟକାଳର ପ୍ରଶଂସା କରିଛନ୍ତି । ମାୟାବତୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଠାରୁ ଉତ୍ତମ ବୋଲି ଶ୍ରୀ ବର୍ମା କହିଛନ୍ତି ।

ବିଜେପି ସରକାରରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ରାମ ସରନ ବର୍ମା । ତାଙ୍କ ପୁତ୍ର ବିବେକ ବର୍ମା ପିଲିଭୀତର ବିସଲପୁର ବିଧାନସଭାର ବିଧାୟକ ଅଟନ୍ତି । ମଙ୍ଗଳବାର ଶ୍ରୀ ବର୍ମା ବିସଲପୁର ମଣ୍ଡିରେ ବୁଲା ପଶୁଙ୍କ ସମେତ ଅନ୍ୟ ସମସ୍ୟାକୁ ନେଇ ଅନିଶ୍ଚିତ କାଳ ପାଇଁ ଧାରଣା ଆରମ୍ଭ କରିଛନ୍ତି । ଏହି ଧାରଣା ପ୍ରଦର୍ଶନକୁ ସମ୍ବୋଧିତ କରି ସେ ସର୍ବସମ୍ମୁଖରେ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାରର ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରଛନ୍ତି । ଅପରପକ୍ଷଷର ସେ ମାୟାବତୀଙ୍କୁ ପ୍ରଶଂସା କରିଥିଲେ । ‘ମୁଁ ନିଜେ ବିଜେପିର । କିନ୍ତୁ ମୁଁ ଲୋକଙ୍କୁ କହୁଛି କି ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସିଏମଙ୍କ ମଧ୍ୟରେ ଯୋଗୀଙ୍କ ଭଳି ଅଦରକାରୀ ଏବଂ ମୂଲ୍ୟହୀନ ମୁଖ୍ୟମନ୍ତ୍ରୀ ଦେଖିନାହିଁ ।’ ସେ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଶଂସା କରି କହିଛନ୍ତି ଅନ୍ତତଃ ତାଙ୍କ ସମୟରେ ଲାଞ୍ଚ୍ କାରବାର ହେଉନଥିଲା । ମୁଁ କାହାକୁ ଡରେନି । ଆସନ୍ତା ଅକ୍ଟୋବର ସୁଦ୍ଧା ଦାବି ପୂରଣ ନହେଲେ ସେ ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.