fbpx

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ପରଲୋକ

Advertisement

ମାଲକାନଗିରି: (ଓଡ଼ିଶା ଭାସ୍କର) ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନାରେରେ ଘଟିଲା ପରଲୋକ । ବହୁଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି । ୨୦୧୯ରୁ ୨୦୨୪ ଯାଏଁ ବିଧାୟକ ନିର୍ବାଚିତ ହୋଇଥିଲେ ଆଦିତ୍ୟ । ତେବେ ସବୁଠୁ ଦୁଃଖର ବିଷୟ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା ।

ଲଗାତାର ଦୁଇଟି ପରାଜୟ ପରେ ୨୦୧୯ରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମାଲା ମାଝିଙ୍କୁ ୨୫,୫୬୯ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ନିକଟରେ ଶେଷ ହୋଇଥିବା ନିର୍ବାଚନରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମାଧୀଙ୍କ ବଦଳରେ ନରସିଂହ ମାଡକାମିଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପି ଏହି ଆସନ ବଜାୟ ରଖିଥିଲା ।

 

Get real time updates directly on you device, subscribe now.