fbpx

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଲେ ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର

Advertisement

ଭୁବନେଶ୍ୱର: ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ସହରୀ ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ, ଶକ୍ତି, ମାନବସମ୍ବଳ , ବିନିଯୋଗ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରାୟ ଏକ ଘଣ୍ଟା ଆଲୋଚନା ହୋଇଥିଲା । ଟୋନି ବ୍ଲେୟରଙ୍କର ଅନୁଷ୍ଠାନ ଟୋନି ବ୍ଲେୟର ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ଲୋବାଲ ଚେଞ୍ଜ ସହିତ ଓଡ଼ିଶା ସରକାର ଆର୍ଥିକ କ୍ଷେତ୍ରରେ ସୁଦୃଢ଼ୀକରଣ ଲାଗି ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଲଣ୍ଡନସ୍ଥିତ ଟୋନି ବ୍ଲେୟରଙ୍କ ଏହି ସଂସ୍ଥା ବିଶ୍ୱର ୪୫ଟି ଦେଶକୁ ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ରରେ ପରାମର୍ଶ ପ୍ରଦାନ କରିଛି ।

Get real time updates directly on you device, subscribe now.