fbpx

WTC Final ପୂର୍ବରୁ ଦଳର ପୂର୍ବତନ ଅଧିନାୟକ ନେଲେ ବଡ ନିଷ୍ପତ୍ତି: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୭ ତାରିଖରେ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ଏହି ମହାମୁକାବିଲାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଏହାପୂର୍ବରୁ ଏକ ବଡ ଖବର ଏବେ ସାମନାକୁ ଆସିଛି । ଟେଷ୍ଟ କ୍ରିକେଟରୁ ନିଜ ଅବସର ନେଇ ଘୋଷଣା କରିଛନ୍ତି ଷ୍ଟାର କ୍ରିକେଟର । ପୂର୍ବରୁ ସେ ଦଳ ପାଇଁ ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । ତେବେ ଏହି ଷ୍ଟାର ଖେଳାଳିଙ୍କ ଅବସରକୁ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ସେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ ଖେଳିବେ ବୋଲି ସେ ପ୍ରକାଶ କରିଛନ୍ତି ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପୂର୍ବରୁ ଅବସର ଘୋଷଣା କରି ସାରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣର । ଏ ନେଇ ଆଇସିସି ନିଜ ଅଫିସିଆଲ ୱେବସାଇଟରେ ଟ୍ୱିଟ କରି ସୂଚନା ଦେଇଛି । ଆସନ୍ତା ୨୦୨୪ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ ୱାର୍ଣ୍ଣର । ତେବେ ଏହାପୂର୍ବରୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ଆସେଜ ସିରିଜରେ ଖେଳୁଥିବାର ନଜର ଆସିବେ । ଏହାବ୍ୟତୀତ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାଗ ନେଇ ପାରନ୍ତି । ବର୍ତ୍ତମାନ ୱାର୍ଣ୍ଣର ଇଂଲଣ୍ଡରେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ମିଳିଥିବା ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣର ନିଜ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି ।

ଅବସର ନେଇ ୱାର୍ଣ୍ଣର କହିଛନ୍ତି ଯେ, ମୁଁ ଆଗରୁ ବି କହିଛି ଯେ ୨୦୨୪ ଟି-୨୦ ବିଶ୍ୱକପ ମୋର ଶେଷ ମ୍ୟାଚ ହୋଇପାରେ । ତେବେ ୱାର୍ଣ୍ଣରଙ୍କ ଟେଷ୍ଟ କ୍ୟାରିୟରରେ ସେ ମୋଟ ୧୦୨ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୮୧୫୮ ରନ୍ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରେ ୱାର୍ଣ୍ଣରଙ୍କ ନାମରେ ୩ଟି ଦ୍ୱିଶତକ ରହିଥିବା ବେଳେ ୨୫ ଶତକ ଏବଂ ୩୪ ଅର୍ଦ୍ଧଶତକ ସାମିଲ ରହିଛି ।

Get real time updates directly on you device, subscribe now.