fbpx

କାହିଁକି ୨୦୧୯ କ୍ରିକେଟ ବିଶ୍ୱକପ ହାରିଲା ଭାରତ?: ପରାଜୟର କାରଣ ସାମନାକୁ ଆଣିଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଏକ ବଡ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ୨୦୧୯ ଦିନିକିଆ ବିଶ୍ୱକପରେ ଭାରତର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ଯୁବରାଜ । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୧୮ ରନରେ ଭାରତ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଥିଲା ଭାରତ । ତେବେ ଏହି ପରାଜୟର କାରଣ କହିଛନ୍ତି ଯୁବରାଜ ସିଂହ ।

ବିଶ୍ୱକପ ପାଇଁ ଭାରତୀୟ ଟିମର ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି ଯୁବରାଜ । ଭାରତର ରଣନୀତି ଠିକ ନଥିବା ସେ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ, ମଧ୍ୟକ୍ରମରେ ଅନୁଭବ ନଥିବା କିଛି ଖେଳାଳିଙ୍କୁ ସ୍ଥାନ ଦେବା ବିରାଟ କୋହଲି ଏବଂ ଦଳକୁ ବିଶ୍ୱକପରୁ ବାଦ ପକାଇଛି । ବିଜୟ ଶଙ୍କର ଏବଂ ଋଷଭ ପନ୍ତଙ୍କ ଭଳି ନୂଆ ଖେଳାଳିମାନଭ୍କୁ ନମ୍ବର ୪ରେ ବ୍ୟାଟିଂ କରାଇବା ନିଷ୍ପତ୍ତି ଭୁଲ ଥିଲା । ଏହା ବ୍ୟତୀତ ଧୋନୀଙ୍କୁ ବିଳମ୍ବରେ ଖେଳାଇବା ଦଳ ପାଇଁ ମହଙ୍ଗା ପଡିଛି ବୋଲି ଯୁବରାଜ କହିଛନ୍ତି ।

୨୦୧୧ ବିଶ୍ୱକପରେ ଦଳର ସମସ୍ତ ଖେଳାଳିଙ୍କ ପାଇଁ ସେମାନଙ୍କ ସ୍ଥାନ ପକ୍କା ରହିଥିଲା । କିନ୍ତୁ ୨୦୧୯ ବିଶ୍ୱକପରେ ଏହାର ଅଭାବ ପରିଲକ୍ଷିତ ହୋଇତିଲା । ଏହା ବ୍ୟତୀତ ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ସମାନ ଭୁଲକୁ ଦେହରାଇଥିଲା ଟିମ ଇଣ୍ଡିଆ । ଫଳରେ ଗତ ୮ ଆଇସିସି ଇଭେଣ୍ଟରେ ପ୍ରଥମ ଥର ପାଇଁ ପ୍ରଥମ ଫେଜରୁ ହିଁ ବିଦାୟ ନେଇଥିଲା ଭାରତ ।

Get real time updates directly on you device, subscribe now.