fbpx

ବିଶିଷ୍ଠ କୂଟନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ସଚିବ ମୁଚକୁନ୍ଦ ଦୁବେଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ସଚିବ ମୁଚକୁନ୍ଦ ଦୁବେଙ୍କ ପରଲୋକ। ବୁଧବାର ଦିଲ୍ଲୀର ଏକ ହସ୍ପିଟାଲରେ ଘଟିଛି ପରଲୋକ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିଲା। ତାଙ୍କ ପରିବାରରେ ଲୋକଙ୍କ କହିବାମୁତାବକ ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଜୁନ ମାସ ଆରମ୍ଭରେ ତାଙ୍କୁ ଦିଲ୍ଲୀର ଫୋର୍ଟିସ୍ (ଏସକର୍ଟ) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦ୍ ରୋଗ ଓ ଅନ୍ୟାନ୍ୟ ସମସ୍ୟା ଥିଲା। ଆଜି ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରିବାର ସୂତ୍ରରୁ ପ୍ରକାଶ ଯେ ଗୁରୁବାର ସନ୍ଧ୍ୟାରେ ଲୋଧି ରୋଡ୍ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।

୧୯୯୦-୯୧ ରେ ଯେତେବେଳେ ଦେଶ ଅର୍ଥନୈତିକ ଉଦାରୀକରଣ ପାଇଁ ପ୍ରସ୍ତୁତ ହେଉଥିଲା ସେତେବେଳେ ମୁଚୁକୁନ୍ଦ ଦୁବେ ଭାରତର ବୈଦେଶିକ ସଚିବ ଥିଲେ । ସେ ବାଂଲାଦେଶରେ ଭାରତର ହାଇକମିଶନର ଏବଂ ଜାତିସଂଘରେ ଦେଶର ସ୍ଥାୟୀ ପ୍ରତିନିଧି ଥିଲେ । ଅବସର ପରେ ସେ ଦିଲ୍ଲୀରେ ସାମାଜିକ ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତାଙ୍କୁ ନିରସ୍ତ୍ରୀକରଣର ବିଶେଷଜ୍ଞ ଭାବେ ବିବେଚନା କରାଯାଉଥିଲା। ମୁଚକୁନ୍ଦ ଦୁବେ ୧୯୩୩ ମସିହାରେ ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିଲେ । ସେ ପାଟନା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଅକ୍ସଫୋର୍ଡ ଓ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଡିଗ୍ରୀ ହାସଲ କରିଥିଲେ ।

Get real time updates directly on you device, subscribe now.