ପୂର୍ବତନ ବିଧାୟକ ଖେଳୁଥିଲେ ହୋଲି, ହଠାତ୍ ହେଲା ଗୁଳି ବର୍ଷା

ହୋଲି ସେଲିବ୍ରେସନ ବେଳେ ପୂର୍ବତନ ବିଧାୟକଙ୍କ ଉପରକୁ ଗୁଳିମାଡ଼। ପୂର୍ବତନ ବିଧାୟକଙ୍କୁ ବଞ୍ଚାଇବାକୁ ଯାଇ ପିଏସ୍ଓ ଗୁରୁତର। ପୂର୍ବତନ ବିଧାୟକ ହସ୍ପିଟାଲରେ ଭର୍ତ୍ତି।

ହିମାଚଳ ପ୍ରଦେଶ: ହୋଲି ଖେଳ ବେଳେ ବଡ଼ ଅଘଟଣ। ପୂର୍ତବନ ବିଧାୟକଙ୍କ ଉପରକୁ ହେଲା ଗୁଳି ମାଡ଼। ଗୁଳି ବି ପୂର୍ବତନ ବିଧାୟକଙ୍କ ଦେହରେ ବାଜିଲା। ଏପରିକି ପୂର୍ବତନ ବିଧାୟକଙ୍କ ପିଏସ୍ଓ ମଧ୍ୟ ଏହି ଗୁଳିକାଣ୍ଡରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ହଁ ପୂର୍ବତନ ବିଧାୟକଙ୍କ ବାସଭବନରେ ହୋଲି ସେଲିବ୍ରେସନ ହେଉଥିଲା। ନିଜର ସାଙ୍ଗ ସାଥୀ ଓ ପରିଜନଙ୍କ ସହ ବେଶ ଖୁସିରେ ହୋଲି ଖୋଳୁଥିଲେ ପୂର୍ବତନ ବିଧାୟକ ବମ୍ବର ଠାକୁର। ହେଲେ ହଠାତ୍ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା। ଯେଉଁଥିରେ ପୂର୍ବତନ ବିଧାୟକଙ୍କ ସମେତ ତାଙ୍କ ପିଏସ୍ଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗୁଳିମାଡ: ହିମାଚଳ ପ୍ରଦେଶର ବିଳାଶପୁରର ପୂର୍ବତନ ବିଧାୟକ ବମ୍ବର ଠାକୁର। ଆଜି ଅପରାହ୍ନରେ ନିଜ ବାସଭଵନରେ ହୋଲି ଖେଳୁଥିଲେ। ସେଠାରେ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ହଠାତ୍ କିଛି ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ମାରିଥିଲେ।

ପାଖାପାଖି ୧୦ରୁ ୧୨ ରାଉଣ୍ଡ ଗୁଳି ପୂର୍ବତନ ବିଧାୟକଙ୍କ ଉପରକୁ ଚଲାଯାଇଥିଲା। ଯେଉଁଥିରୁ ଗୋଟେ ଗୁଳି ପୂର୍ବତନ ବିଧାୟକଙ୍କ ଗୋଡ଼ରେ ବାଜିଥିଲା। ଯେଉଁଥିରେ ତାଙ୍କର ପିଏସ୍ଓ ମଧ୍ୟ ଆହତ ହୋଇଥିଲେ।

ହସ୍ପିଟାଲରେ ଭର୍ତ୍ତି: ଏହି ଗୁଳିକାଣ୍ଡ ପରେ ପିଏସ୍ଓଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ହେଲେ ବମ୍ବର ଠାକୁରଙ୍କୁ ଆଇଜିଏମସି ଶିମଲାକୁ ପଠାଯାଇଛି। କାରଣ ଅମ୍ସ ନ ନେବା ପାଇଁ ବମ୍ବର ଠାକୁର ନିଜେ ଅନୁରୋଧ କରିଥିଲେ। ତେଣୁ ତାଙ୍କୁ ଏମ୍ସ ନନେଇ ଆଇଜିଏମସି ଶିମଲାକୁ ପଠାଯାଇଛି।

ତଦନ୍ତ: ହେଲେ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୁଳିକାଣ୍ଡ ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଡେପୁଟି ପୁଲିସ କମିଶନର ଆବିଦ ହୁସେନ ସାଦିକ ତଦନ୍ତ ଭାର ହାତକୁ ନେଇଛନ୍ତି। ପୋଲିସ ଟିମ୍ ଅଭିଯୁକ୍ତକୁ ଖୋଜୁଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ତେବେ ବମ୍ବର ଠାକୁର କାର୍ ପଛରେ ଲୁଚି ରହି ନିଜ ଜୀବନ ବଞ୍ଚାଇଥିଲେ। ବମ୍ବର ଠାକୁରଙ୍କୁ ବଞ୍ଚାଇବା ପାଇଁ ପିଏସ୍ଓ ଦୁଇଟି ଗୁଳି ଖାଇଥିଲେ। କେବଳ ଏଭଳି କାଣ୍ଡ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ବମ୍ବର ଠାକୁରଙ୍କ ଉପରେ ଆକ୍ରମଣ ହୋଇଛି। ଗତ ବର୍ଷ ଫେବ୍ରୁଆରି ମାସରେ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିଲା