fbpx
BSKY SKY
BSKY SKY

ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂହ ସନ୍ଧୁ ବିଜେପିରେ ସାମିଲ: ଲଢ଼ିପାରନ୍ତି ଲୋକସଭା ନିର୍ବାଚନ

BSKY

ନୂଆଦିଲ୍ଲୀ: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ତରଣଜୀତ ସିଂହ ସନ୍ଧୁ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପଞ୍ଜାବରର ଅମୃତସରର ବାସିନ୍ଦା ସନ୍ଧୁ ଗତ ୨୦୨୦ ମସିହା ଫେବୃଆରୀ ୩ ତାରିଖରେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ପଦ ଗ୍ରହଣ କରିଥିଲେ । ଗତ ଜାନୁଆରୀ ମାସରେ ସେ ନିଜର କାର୍ଯ୍ୟକାଳ ସମାପ୍ତ କରିବା ସହିତ ସେବା ନିବୃତ୍ତ ହୋଇଥିଲେ । ୧୯୮୮ ବ୍ୟାଚର ଆଇଏଫଏସ ଅଧିକାରୀ ସନ୍ଧୁ ଶ୍ରୀଲଙ୍କାରେ ମଧ୍ୟ ଭାରତୀୟ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରିଥିଲେ ।

ସନ୍ଧୁ ପଦ୍ମ ଧରିବା ପରେ ସେ ଆଗାମୀ ଲୋକସଭା ନିର୍ବାଚନରେ ଅମୃତସର ନିର୍ବାଚନୀ କ୍ଷେତ୍ରରୁ ଲଢ଼ିବାର ସମ୍ଭାବନା ରହିଛି । ନିଜର ଗୃହ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ସନ୍ଧୁ ସଙ୍କେତ ଦେଇଛନ୍ତି । ଅମୃତସର ବିକାଶ ପାଇଁ ସେ କାର୍ଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି । ଯଦି ଦଳ ତାଙ୍କୁ ସହଯୋଗ କରେ ସେ ନିଶ୍ଚିତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ସନ୍ଧୁ ଭାରତର ରାଷ୍ଟ୍ରଦୂତ ଭାବେ ବିଭିନ୍ନ ଦେଶରେ କାର୍ଯ୍ୟ କରିଛନ୍ତି । ୨୦୧୧-୨୦୧୩ ପର୍ଯ୍ୟନ୍ତ ସେ ଫ୍ରାଙ୍କଫର୍ଟରେ ଭାରତର ମହାବାଣିଜ୍ୟଦୂତ ଭାବେ କାର୍ଯ୍ୟ କରିଥିଲେ । ୨୦୦୯-୨୦୧୧ ପର୍ଯ୍ୟନ୍ତ ସେ ବିଦେଶ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ (ସଂଯୁକ୍ତ ରାଷ୍ଟ୍ର) ଓ ପରେ ସଂଯୁକ୍ତ ସଚିବ (ପ୍ରଶାସନ) ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୩-୨୦୧୭ ପର୍ଯ୍ୟନ୍ତ ସେ ୱାଶିଂଟନ ଡିସିରେ ଭାରତୀୟ ଦୂତାବାସ ମିଶନର ଉପପ୍ରମୁଖ ରହିଥିଲେ ।

Get real time updates directly on you device, subscribe now.