fbpx

ପୁରୀ: ASI ଅଧୀକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ‘୯୦% ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ’

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମକୁ ନେଇ ଆସିଲା ବଡ଼ ଖବର । ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ASI ଅଧୀକ୍ଷକ ଡିବି ଗଡ଼ନାୟକ । ‘ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ୯୦% ସରିଲା’ । ‘ମାର୍ଚ୍ଚ ଶେଷ ସୁଦ୍ଧା ମରାମତି କାମ ସାରିବାକୁ ନିର୍ଦ୍ଦେଶ ଥିଲା’ । ‘୯୦% କାମ ସାରିଦେଇଛୁ, ବାକି କାମ ରଥଯାତ୍ରା ବେଳେ ହେବ’ । ‘ଭକ୍ତମାନଙ୍କ ଦର୍ଶନ ପାଇଁ କୌଣସି ଅସୁବିଧା ନାହିଁ’

। ASI ଅଧୀକ୍ଷକଙ୍କ ଏହି ସୂଚନା ପରେ ଲାଗୁଛି ଏଣିକି ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ପୂର୍ବ ଭଳି ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Get real time updates directly on you device, subscribe now.