fbpx
BSKY SKY
BSKY SKY

ହରିୟାଣା କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ୮ ବିଧାୟକ

BSKY

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି ନାୟବ ସିଂହ ସୈନୀ । ସୈନୀଙ୍କ କ୍ୟାବିନେଟରେ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତ ୧୨ ତରିଖରେ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ବଡ଼ଖାଲ ବିଧାୟିକା ସୀମା ତ୍ରିଖା, ପାନିପତ ଗ୍ରାମ୍ୟ ବିଧାୟକ ମହିପାଲ ଧଣ୍ଡା, ଆମ୍ବଲା ସିଟି ବିଧାୟକ ଅସୀମ ଗୋଏଲ, ନଙ୍ଗଲ ଚୌଧରୀ ବିଧାୟକ ଅଭି ସିଂହ ଯାଦବ, ଥାନେସର ବିଧାୟକ ସୁବାଷ ସୁଧା, ବାୱାନୀ ଖିରା ବିଧାୟକ ବିଶାମ୍ବର ସିଂହ ବାଲ୍ମିକୀ ଓ ସୋହନା ବିଧାକ ସଞ୍ଜୟ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ପାଇଛନ୍ତି । ଭାଜପା ବିଧାୟକ କମଲ ଗୁପ୍ତା ସର୍ବପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୂଆ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିବା ବେଳେ ଏହି କାର୍ଯ୍ୟକ୍ରମ ସ୍ଥଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଖଟ୍ଟର ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.