fbpx
BSKY SKY
BSKY SKY

Car କୁ ବଦଳାଇ ହେଲିକ୍ୟାପ୍ଟର ଭଳି ଯୁବକ ପ୍ରସ୍ତୁତ କରୁଥିଲେ “କାର କ୍ୟାପ୍ଟର”, ଥାନାକୁ ଜବତ କରି ନେଲା ପୋଲିସ

BSKY

ଉତ୍ତରପ୍ରଦେଶ: ଆମ୍ବେଦକର ନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା। ସୋମବାର ଏକ ‘କାର କ୍ୟାପ୍ଟର’ ଜବତ କରି ଥାନାକୁ ନେଇଛି ଆମ୍ବେଦକର ନଗର ପୋଲିସ। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଟଙ୍କା ରୋଜଗାର କରିବା ପାଇଁ ୨ ଭାଇ ଏକ କାରକୁ ପରିବର୍ତ୍ତନ କରି ଗୋଟିଏ ହେଲିକ୍ୟାପ୍ଟର ଭଳି ‘କାର କ୍ୟାପ୍ଟର’ ପ୍ରସ୍ତୁତ କରିଥିଲେ। କିନ୍ତୁ ସେହି ୨ ଭାଇ ସେମାନଙ୍କ କାର କ୍ୟାପ୍ଟର ରଙ୍ଗ କରିବାକୁ ନେଉଥିବା ବେଳେ ପୋଲିସ ଏହାକୁ ଜବତ କରିଥିଲା। ଯାହା ଫଳରେ ‘କାର କ୍ୟାପ୍ଟର’ ଯୋଜନାରେ ଫସର ଫାଟିଯାଇଛି। ତେବେ ଏହି କାର କ୍ୟାପ୍ଟର ସହ ଜଡ଼ିତ ଏକ ଭିଡ଼ିଓ କିଛି ସୋସିଆଲ ମିଡ଼ିଆ ବ୍ୟବହାରୀଙ୍କ ଦ୍ୱାରା ସେୟାର କରାଯାଇଥିଲା। ଯାହା ଖୁବ ଭାଇରାଲ ହୋଇଥିଲା। ଏହି ଭିଡ଼ିଓ ଦର୍ଶାଉଛି ଯେ ଏକ କାର ହେଲିକ୍ୟାପ୍ଟର ରୂପ ଧାରଣ କରିଛି। ଯାହାର ଏକ ଲାଞ୍ଜ ଏବଂ ରୋଟର୍ ରହିଛି। ଏବଂ ଏହାକୁ ଥାନା ବାହାରେ ପାର୍କିଂ କରାଯାଇଛି। ଆଉ ଥାନା ବାହାରେ ପାର୍କିଂ ହୋଇଥିବା ଏହି କାର କପ୍ଟରକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିରହିଛି।

ତେବେ ଏହି ହେବା ଘଟଣାରେ ପ୍ରତିକ୍ରିୟା ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହି କାର କ୍ୟାପ୍ଟର ଜବତ କରି ନିଆଯାଇଛି। ହେଲେ କେଉଁ ବ୍ୟବସ୍ଥା ଅନୁଯାୟୀ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ସେ କହିପାରିବେ ନାହିଁ। ଅନ୍ୟପକ୍ଷରେ ସୋସିଆଲ ମିଡିଆ ଦୁନିଆରେ କାର କ୍ୟାପ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ସୋସିଆଲ ମିଡ଼ିଆ ୟୁଜର ସେହି ୨ ଭାଇଙ୍କୁ ପ୍ରଶଂସା କରୁଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଜଣେ ୟୁଜର କହିଛନ୍ତି ଯେ, ଆମକୁ ନୂତନତ୍ୱକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ ଦେବା ଆବଶ୍ୟକ। ନବସୃଜନ ସମାଜର ପ୍ରତ୍ୟେକ ଦିଗକୁ ଆଗେଇ ନେଇଥାଏ। ଅଭିବୃଦ୍ଧିକୁ ବୃଦ୍ଧି କରିବା, ସମସ୍ୟାର ସମାଧାନ କରିବା ଏବଂ ସମସ୍ତଙ୍କ ପାଇଁ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ନବସୃଜନକୁ ସମ୍ମାନ ଏବଂ ଉତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ, ଏହା ହେଉଛି ପ୍ରତିଭାର ପ୍ରତ୍ୟାଖ୍ୟାନ। ଯେଉଁମାନେ ପୁରସ୍କୃତ ହେବା ଉଚିତ୍ ସେମାନଙ୍କୁ ଦଣ୍ଡ ଦିଆଯାଉଛି। ଆଇଆଇଟି ପ୍ରତିଷ୍ଠାନ ସେମାନଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ଆବଶ୍ୟକ।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ୨ ଭାଇ କହିଛନ୍ତି ଯେ, ସେମାନେ ସେମାନଙ୍କ ମାରୁତି ୱାଗନ୍ ଆର କାରକୁ ଏକ କାର କପ୍ଟରରେ ପରିଣତ କରିଥିଲେ। କାରଣ ସେମାନେ ଏହାକୁ ବାହାଘରରେ ଭଡା ଦେଇ ଟଙ୍କା ରୋଜଗାର କରିବାକୁ ଯୋଜନା କରିଥିଲେ।

 

Get real time updates directly on you device, subscribe now.