fbpx

(Video) ଆଜି ବି ବଞ୍ଚି ରହିଛି ମାନବିକତା; ଖାତାକୁ ଆସି ଥିଲା ୨.୫ଲକ୍ଷ ଟଙ୍କା, ଫେରାଇଦେଲେ ଯୁବକ

କୋରାପୁଟ: ଆଜି ବି ବଞ୍ଚି ରହିଛି ମାନବିକତା ନିଜ ବ୍ୟାଙ୍କ ଖାତାକୁ ଆସିଥିବା ଟଙ୍କା ଫେରାଇ ମାନବିକତାର ପରିଚୟ ଦେଲେ କୋରାପୁଟର ଯୁବକ ଶରତ କୁମାର ପଟ୍ଟନାୟକ । ଗତ ଶନିବାର ଦିନ କୋରାପୁଟ ସହର ର ଯୁବକ ଶରତ ପଟ୍ଟନାୟକ ଙ୍କ ବ୍ୟାଙ୍କ ଖାତାକୁ ଅଚାନକ ୨,୫୩,୭୨୫ ଜମା ହୋଇଥିଲା । ଏତେ ଗୁଡିଏ ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ଜମା ହେବାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଏତେ ଟଙ୍କା କିପରି ତାଙ୍କ ବ୍ୟାଙ୍କ ଖାତାକୁ ଆସିଲା ସେନେଇ ଯାଞ୍ଜ କରିଥିଲେ । ତାଙ୍କର କେହି ସମ୍ପର୍କୀୟ କି ବାକିଥିବା କୌଣସି ଟଙ୍କା ତାଙ୍କ ପାଖକୁ ଆସି ନଥିବା କଥା ସେ ଜାଣିବାକୁ ପାଇଥିଲେ । ଶନିବାର ସନ୍ଧ୍ୟାରେ ଚେନ୍ନାଇ ରୁ ଜଣେ ମହିଳା ଫୋନ କରି କହିଲେ ଯେ ଟଙ୍କା ସଂଗଠନ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଉଥିବା ସମୟରେ ଭୁଲ ବଶତଃ ତାଙ୍କ ଆକାଉଣ୍ଟକୁ ଟଙ୍କା ଚାଲି ଯାଇଥିଲା ।

ଫୋନ କରିଥିବା ମହିଳାଙ୍କୁ ଟଙ୍କା ଫେରେଇବା ପାଇଁ ଆଶ୍ୱଶନା ଦେବା ସହିତ ଏନେଇ ସେ ବ୍ୟାଙ୍କ କତୃପକ୍ଷ ଙ୍କ ସହିତ ଆଲୋଚନା କରିଥିଲେ । ବ୍ୟାଙ୍କ କତୃପକ୍ଷ ଓ ଟଙ୍କା ଆସିଥିବା ସମ୍ପୃକ୍ତ ସଂଗଠନ ସହିତ ଯୋଗାଯୋଗ କରି ସେ ସମସ୍ତ ଟଙ୍କା ସଂଗଠନ ଆକାଉଣ୍ଟକୁ ଫେରସ୍ତ କରିଛନ୍ତି । ଶରତଙ୍କ ଆକାଉଣ୍ଟକୁ ଆସିଥିବା ଏତେ ଗୁଡିଏ ଟଙ୍କାକୁ ସେ ଲୋଭ ନ କରି ସମସ୍ତ ଟଙ୍କା ଫେରାଇ ଦେଇ ଥିବାରୁ ଉକ୍ତ ସଂଗଠନ ତରଫରୁ ଶରତଙ୍କୁ ସାଧୁବାଦ ଜଣାଇଛନ୍ତି ।

Get real time updates directly on you device, subscribe now.