fbpx

(Video) କେନ୍ଦ୍ରାପଡ଼ାରେ ସୋମାଲିଆ ଭଳି ଦୃଶ୍ୟ; ବନ ବିଭାଗକୁ ଏକା ଦେଖି ମାଡ଼ି ଆସିଲେ ମାଛ ମାଫିଆ..

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସମୁଦ୍ରରେ ୨୦ ଜାହାଜ ଘେରିଗଲେ, ମଝିରେ ଥିଲେ ବନ ବିଭାଗ କର୍ମଚାରୀ । ସମସ୍ତେ ମିଶି ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ । ମଝି ସମୁଦ୍ରରେ ଏ କେଉଁ ଭଳି ଦୃଶ୍ୟ । ମାଳ ମାଳ ବୋଟ ଖାଲି ଗୋଡ଼ାଉଛନ୍ତି । ଲାଗୁଛି ଏମିତି ଏମାନେ ସବୁ ଆକ୍ରମଣ କରିବା ଉପରେ ରହିଛନ୍ତି । ବନ ଅ୍ଧମ ଦେଖୁ ଦେଖୁ ବନ ବିଭାଗ କର୍ମଚାରୀ ମାନଙ୍କ ଉପରେ କରିଛନ୍ତି ଆକ୍ରମଣ । ଏ ଡଙ୍କା ସବୁ କେଉଁଠୁ ଆସିଛି କାହାର କେହି ଜାଣି ନାହାଁନ୍ତି ।

ଅଚାନକ ସମୁଦ୍ର ଭିତରେ ଆସି କରିଛନ୍ତି ଆକ୍ରମଣ । ହଁ ଆଜ୍ଞା, ସମୁଦ୍ର ଭିତରେ ବନବିଭାଗ କର୍ମଚାରି ଏବଂ ମାଛ ମାଫିଆଙ୍କ ମଧ୍ୟରେ ଯୁଦ୍ଧ । ବନବିଭାଗ କର୍ମଚାରୀଙ୍କୁ ଘେରି କରିଛନ୍ତି ଆକ୍ରମଣ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ । ବନବିଭାଗ ଏବଂ ମାଛ ମାଫିଆଙ୍କ ମଧ୍ୟରେ ଯୁଦ୍ଧ । ବନବିଭାଗ ଏବଂ ମାଫିଆ ମାନଙ୍କ ମଧ୍ୟରେ ସମୁଦ୍ର ମଝିରେ ଗୋଡ଼ାଗୋଡ଼ି ।

ଖବର ମୁତାବିକ ଗହିରିମଥା ହେଉଛି ଗୋଟିଏ ଭଲ ଫିସିଂ ରାଉଣ୍ଡ । ଏଠାରେ ଭଲ ସେମାନଙ୍କର ବଂସ ବିସ୍ତାର କରନ୍ତି । ବନବିଭାଗର ୧୧ ଜଣିଆଟିମ ପାଟ୍ରୋଲିଂ ବେଳେ ହୋଇଥିଲା ଆକ୍ରମଣ । ହୁକିଟୋଲା ସାମ୍ନାରେ କଇଁଛ ସୁରକ୍ଷା ପାଇଁ ଚାଲିଥିଲା ପାଟ୍ରୋଲିଂ । ଆଉ ସେହି ସମୟରେ ଦେଖିଥିଲେ ନିସିଦ୍ଧାଞ୍ଚଳରେ ୧୫ରୁ ୨୦ ମାଫିଆ ଟ୍ରଲର ଧରି ମାଛ ମାରୁଛନ୍ତି ବୋଲି । ଯାହା ପରେ ସେମାନଙ୍କୁ ଅଟକାଇବା ପାଇଁ ୱାର୍ଣ୍ଣିଂ ଦିଆଯାଇଥିଲା । ହେଲେ ସେମାନେ କିଛି ବି ଶୁଣି ନଥିଲେ । ଓଲଟି ବନକର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବାକୁ ଆରମ୍ଭ କରିଦେଇଥିଲେ । ପୁରା ଘେରି ଯାଇଥିଲେ ମାଫିଆ ମାନେ ।

ଫଲରେ ବନବିଭାଗ ଅଧିକାରି ଧାମରା ଥାନାରେ ସୂଚନା ଦେବା ସହ ପାଖରେ ଥିବା ବନ୍ଧୁକକୁ ଦେଖାଇ ଖସି ଫେରି ଆସିଥିଲେ । ବନଖଣ୍ଡ ଅଧିକାରୀଙ୍କ କହିବା ମୁତାବିକ ଏମିତି ବାରମ୍ବାର ହେଉଛି । ଏଥିରେ ଅନେକ ଅଧିକାରୀ ସହିଦ ମଧ୍ୟ ହୋଇଛନ୍ତି । ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଟ୍ରଲର ଆସୋସିଏସନକୁ ମଧ୍ୟ ଅବଗତ କରାଯାଇଛି । ଏନେଇ ଟ୍ରଲର ମାଫିଆ ମାନଙ୍କୁ କେମିତି ରୋକାଯାଇପାରିବ ସେନେଇ ଜଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.