fbpx
BJD SKY
BJD SKY

ତାମିଲନାଡୁରେ ମେଣ୍ଟ ପାଇଁ ଭାଗବଣ୍ଟା ଶେଷ: ପିଏମ୍‌କେକୁ ୧୦ଟି ଆସନ ଦେଲା ବିଜେପି

BJD

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍‌ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଗତକାଲି ଘୋଷଣା କରିଥିଲା। ଆଉ ଆଜି ଉଭୟ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି। ମେଣ୍ଟ ସର୍ତ୍ତ ଅନୁସାରେ ଭାଜପା ପିଏମ୍‌କେକୁ ୧୦ଟି ଲୋକସଭା ଆସନ ଦେଇଛି। ତେବେ ଏହି ଭାଗ ଛିଡ଼ିବା ପରେ ପିଏମ୍‌କେ ଅଧ୍ୟକ୍ଷ ଅଂବୁମଣି ରାମଦୋସ କହିଛନ୍ତି, ଦେଶର ଭଲ ପାଇଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଯେପରି ଜାରି ରହିବ, ସେଥିପାଇଁ ଆମେ ଏନ୍‌ଡିଏରେ ମିଶିଛୁ। ଏହା ଦ୍ୱାରା ରାଜ୍ୟରେ ପରିବର୍ତ୍ତନ ଆସିବ ବୋଲି ଆମର ବିଶ୍ୱାସ ରହିଛି। ଆମ ମେଣ୍ଟ କେବଳ ତାମିଲନାଡୁ ନୁହେଁ, ସାରା ଭାରତରେ ବଡ଼ ବିଜୟ ହାସଲ କରିବ।

ଅନ୍ୟପଟେ ତାମିଲନାଡ଼ୁ ଭାଜପା ମୁଖ୍ୟ କେ. ଆନ୍ନାମଲାଇ ପିଏମ୍‌କେର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଏନ୍‌ଡିଏ ଏଥର ଲୋକସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିବ। ଏନ୍‌ଡିଏର ୪୦୦ରୁ ଅଧିକ ନେତା ଲୋକସଭାକୁ ନିର୍ବାଚିତ ହେବେ। ଏହା ପରେ ୨୦୨୬ରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ।

ସୂଚନା ଥାଉକି, ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଗତକାଲି ପିଏମ୍‌କେ ଘୋଷଣା କରିଥିଲା । ଏହି ଘୋଷଣାର ଗୋଟିଏ ଦିନ ପରେ ତାମିଲନାଡୁ ଭାଜପା ସଭାପତି କେ. ଆନ୍ନାମଲାଇ ଆସନ ବାଣ୍ଟିବା ନେଇ ପିଏମକେ ସଭାପତି ଅନବୁମାନି ରାମାଡୋସଙ୍କ ସହ ଏକ ବୈଠକ କରିଥିଲେ। ଉଭୟ ନେତା ଥାଇଲାପୁରମରେ ସିଟ ବଣ୍ଟନ ଚୁକ୍ତି ସ୍ଵାକ୍ଷର କରିଥିଲେ।

Get real time updates directly on you device, subscribe now.