fbpx

ଏପ୍ରିଲ, ମେ ଓ ଜୁନ ମାସ ପାଇଁ ପରୀକ୍ଷା ଶିଡ୍ୟୁଲ ଜାରି କଲା OSSC: କେଉଁ ମାସରେ କେଉଁ ପରୀକ୍ଷା ହେବ, ଲିଷ୍ଟ ଚେକ୍ କରିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ବିଭିନ୍ନ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଉ କିଛି ପଦର ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏପ୍ରିଲ, ମେ ଓ ଜୁନ ମାସ ପର୍ଯ୍ୟନ୍ତ ପରୀକ୍ଷା ଶିଡ୍ୟୁଲ ଜାରି କରିଛି ଓଏସଏସସି । ତେଣୁ ପରୀକ୍ଷା ପ୍ରସ୍ତୁତି ଦିଗରେ ପ୍ରାର୍ଥୀଙ୍କୁ ଏହା ସହାୟତା ପ୍ରଦାନ କରିବ ।

ଏପ୍ରିଲ ଓ ମେ ମାସରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ସ୍ପେଶାଲିଷ୍ଟ ପଦ / ସେବା ୨୦୨୨ର ଡକ୍ୟୁମେଣ୍ଟ ଯାଞ୍ଚ, ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ସ୍ପେଶାଲିଷ୍ଟ ପଦ/ସେବାର ୨୦୨୩ ଡକ୍ୟୁମେଣ୍ଟ ଯାଞ୍ଚ ହେବ । ଜୁନିୟର ଷ୍ଟେନୋ, ଜୁନିୟର କିରାଣୀ, ଜୁନିୟର ଟାଇପିଷ୍ଟ ପଦର ଭାଷା ପରୀକ୍ଷା ହେବ । ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର ମୁଖ୍ୟ ଲିଖିତ ପରୀକ୍ଷା ହେବ ।

ସେହିପରି ଜୁନ ମାସରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ୨୦୨୩ ଓ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ଉପରୋକ୍ତ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ପରୀକ୍ଷା ପୂର୍ବରୁ ଆଗୁଆ ପ୍ରସ୍ତୁତି କରିପାରିବେ ।

Get real time updates directly on you device, subscribe now.