fbpx

BREAKING…ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡ; ୫ଦିନିଆ ରିମାଣ୍ଡରେ ନେବ ED

ରାଞ୍ଚି: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡ । ହେମନ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଅଧିକ ପଚରାଉଚରା କରିବ ED । ହେମନ୍ତଙ୍କୁ ଗିରଫ କରାଯିବା ପରେ ଜେଲକୁ ପଠାଇଥିଲେ ମାନ୍ୟବର କୋର୍ଟ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେମନ୍ତ ସାରେନଙ୍କୁ ଗିରଫ କରି ପିଏମଏଲଏ କୋର୍ଟରେ ହାଜର କରିବା ପରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଥିଲେ । ଏ ମାମଲା ସମ୍ପର୍କରେ ଆଜି ପୁଣିଥରେ ଶୁଣାଣୀ କରାଯାଇଛି । ହେମନ୍ତ ସୋରେନଙ୍କୁ ୧୦ ଦିନର ରିମାଣ୍ଡ ପାଇଁ ଅପିଲ କରାଯାଇଥିବା ବେଳେ କୋର୍ଟ ମାତ୍ର ପାଞ୍ଚ ଦିନର ସମୟ ପ୍ରଦାନ କରିଛନ୍ତି କୋର୍ଟ ।

 

Get real time updates directly on you device, subscribe now.